Only for Entertainment

ଶ୍ରମିକ ଜଣକ ଗାଇଲେ ଏଭଳି ମଧୁର ସ୍ୱରରେ ଗୀତ, ଶଙ୍କର ମହାଦେବନ ହେଲେ ପ୍ରଭାବିତ !

khabar NDTV
0 44

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ପକାଇଛି । ଏକ ଶ୍ରମିକ ଗଛ ତଳେ ବସି ତାମିଲର ଏକ ହିଟ ସଂଗୀତ ଉନ୍ନାଇ କାନାଧୁ ନାନ ଗାଉଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଏହି ଗୀତକୁ ପ୍ରସିଦ୍ଧ କଣ୍ଠଶିଳ୍ପୀ ଶଙ୍କର ମହାଦେବନ ଗାଇଛନ୍ତି । ଏହି ଗୀତ ଫିଲ୍ମ ବିଶ୍ୱରୂପମର ଅଟେ । ଏକ ଖବର ମୁତାବକ, ଗୀତ ଗାଉଥିବା ବ୍ୟକ୍ତି ଶ୍ରମିକ ଅଟନ୍ତି ଏବଂ ତାଙ୍କର ନାଁ ରାକେଶ ନୁରାନଡୁ ଅଟେ । ସେ କେରଳସ୍ଥିତ ଅଲପୁଝା ଜିଲ୍ଲାର ଅଲୁ ପେନାଡୁର ବାସିନ୍ଦା ଅଟନ୍ତି ।

ରାକେଶଙ୍କୁ ଏହି ବିଷୟରେ ଅନୁମାନ ନାହିଁ ଯେ ସେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛନ୍ତି । ଜଣେ ଡାଇଭର ରାକେଶଙ୍କ ଭିଡିଓ ପ୍ରସ୍ତୁତ କରିଛନ୍ତି ଏବଂ ଏହାକୁ ପୋଷ୍ଟ କରିଦେଇଛନ୍ତି । ପରେ କୁୱେତରୁ ଜଣେ ବନ୍ଧୁ ରାକେଶଙ୍କୁ ଫୋନ କରି ବତାଇଛନ୍ତି ଯେ ରାକେଶ ତାଙ୍କର ଗାୟକି ପାଇଁ ଫେମସ ହୋଇ ଯାଇଛନ୍ତି । ଏହି ଭିଡିଓକୁ ଶଙ୍କର ମହାଦେବନ ତାଙ୍କ ଟ୍ୱିଟର ଅକାଉଂଟରେ ଶେୟାର କରିଛନ୍ତି ।

ସେ ଭିଡିଓ ଶେୟାର କରି କହିଛନ୍ତି , ଏହା ପରିଶ୍ରମର ଫଳ କୁହାଯାଏ, ଯେତେବେଳେ ସେ ଏହି ଭିଡିଓକୁ ଦେଖିଥିଲେ ତାଙ୍କୁ ନିଜ ଦେଶ ଉପରେ ଗର୍ବ ହୋଇଥିଲା । ଗୀତ ଗାଇଥିବା ବ୍ୟକ୍ତି ଜଣକ କିଏ ଏବଂ ତାଙ୍କୁ ଖୋଜି ପାଇବେ ଓ ତାଙ୍କ ସହ କାମ କରିବାକୁ ଚାହାନ୍ତି ବୋଲି ଟ୍ୱିଟ କରି ଜଣାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More