Only for Entertainment

ଘରେ କିମ୍ବା ଦୋକାନରେ ଗଣେଶଙ୍କର ଏହି ଆକୃତିର ମୂର୍ତ୍ତି ରଖିବା ହୋଇଥାଏ ଅଶୁଭ ।

paganpages.org
0 54

ଗଣେଶ ଭଗବାନଙ୍କୁ ଶିକ୍ଷା ଦାତା କୁହାଯାଏ । ତେଣୁ ସୁ-ଶିକ୍ଷା ପାଇଁ ବିଦ୍ୟାର୍ଥୀ ମାନେ ଗଣେଶଙ୍କୁ ପୂଜା କରିଥାନ୍ତି । ଯଦି ଆପଣ ଗଶେଶଙ୍କୁ ଘରେ କିମ୍ବା ଅଫିସରେ ପୂଜା କରୁଛନ୍ତି ତେବେ ଏହି ସବୁ ପୂର୍ବ କଥା ପ୍ରତି ଧ୍ୟାନ ରଖିବା ଉଚିତ । ତେବେ ଗଶେଶଙ୍କର କେଉଁ ଆକୃତିର ମୂର୍ତ୍ତିକୁ ଘରେ କିମ୍ବା ଦୋକାନରେ ରଖି ପୂଜା କରିବା ଉଚିତ ଆସନ୍ତୁ ଆଲୋଚନା କରିବା ।

ଶ୍ରୀ ଗଣେଶଙ୍କର ମୂର୍ତ୍ତି କିମ୍ବା ଚିତ୍ରରେ ଏହି ଧ୍ୟାନ ରଖନ୍ତୁଯେ ଯେପରି ତାଙ୍କର ଶୁଣ୍ଢ ବାମ ହାତ ପାଶ୍ୱର୍କୁ ରହିଥିବ ।
ଘରେ ଭଗବାନ ଗଣେଶଙ୍କର ବସିଥିବା ମୂଦ୍ରା କିମ୍ବା ଦୋକାନରେ ବା ଅଫିସରେ ଗଣେଶଙ୍କର ଛିଡ଼ା ହୋଇଥିବା ମୂର୍ତ୍ତି କିମ୍ବା ଚିତ୍ର ରଖିବା ଉଚିତ ।

ଗଣେଶଙ୍କର ଦୁଇ ପାଦ ମାଟିକୁ ଲାଗିବା ଉଚିତ । ଏହା ଦ୍ୱାରା କାର୍ଯ୍ୟରେ ସ୍ଥିରତା ଏବଂ ସଫଳତା ହାସଲ ହୋଇଥାଏ ।
ମୂର୍ତ୍ତି ସ୍ଥାପନ କରିବା ସମୟରେ କେବେ ମଧ୍ୟ ଦକ୍ଷିଣ ଦିଗକୁ ମୁହଁ କରି ରଖିବେ ନାହିଁ । ଏହା ଦ୍ୱାରା ଘର ଏବଂ ଦୋକାନରେ ବିପରୀତ ପ୍ରଭାବ ପଡ଼ିଥାଏ ।

ଘରର ମୁଖ୍ୟ ଦ୍ୱାରରେ ଗଣପତିଙ୍କର ଦୁଇଟି ମୂର୍ତ୍ତି କିମ୍ବା ଚିତ୍ର ରଖିବା ଉଚିତ । ଏଭଳି ଲଗାନ୍ତୁ ଯେପରି ଦୁଇଟି ମୂର୍ତ୍ତିଙ୍କର ପିଠି ମିଶୁଥିବ । ଏଭଳି କରିବା ଦ୍ୱାରା ସମସ୍ତ ବାସ୍ତୁ ଦୋଷ ସମାପ୍ତ ହୋଇଯାଏ ।

ଘରର ଯେଉଁ ଅଂଶ ବାସ୍ତୁ ଦୋଷ ଅନୁସାରେ ଠିକ ନଥାଏ ସେଠାରେ ଥିବା କାନ୍ଥ ଉପରେ ଘିଅ ଏବଂ ସିନ୍ଦୁରକୁ ମିଶାଇ ଭଗବାନ ଗଣେଶଙ୍କର ପ୍ରତିମାକୁ ଆଙ୍କନ୍ତୁ । ଏହା ଦ୍ୱାରା ପ୍ରଭାବ କମ ହୋଇଥାଏ ।

ଘର କିମ୍ବା ଦୋକାନରେ ସୁଖ,ଶାନ୍ତି ଓ ସମୃଦ୍ଧି ବଜାୟ ରଖିବା ପାଇଁ ବିନାୟକଙ୍କର ଧଳା ରଙ୍ଗର ମୂର୍ତ୍ତିକୁ ସ୍ଥାପନ କରିବା ଉଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More