Only for Entertainment

ବିବାହ କରିବାକୁ ଯାଉଛନ୍ତି ଟିଭି ଅଭିନେତା ଶରଦ ମଲହୋତ୍ରା, ଜାଣନ୍ତୁ କିଏ ହେବେ ତାଙ୍କ ପତ୍ନୀ

The Indian Express
80

ଟିଭି ଅଭିନେତା ଶରଦ ମଲହୋତ୍ରାଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଖୁବ ଶୀଘ୍ର ଶରଦ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି । ଶରଦ ଚଳିତ ବର୍ଷ ଏପ୍ରିଲ ମାସରେ ଦିଲ୍ଲୀର ଡିଜାଇନର ରିପ୍ଚି ଭାଟିଆଙ୍କୁ ବିବାହ କରିବେ ।

ଖବର ଅନୁସାରେ ପୂଜା ବିଷ୍ଟିଙ୍କ ସହିତ ବ୍ରେକଅପ ପରେ ଶରଦ କୌଣସି ରିଲେସନସିପରେ ରହିବା ପାଇଁ ଚାହୁଁନଥିଲେ । କିନ୍ତୁ ତାଙ୍କ ମା’ ତାଙ୍କୁ ବିବାହ ପାଇଁ କହୁଥିଲେ । ଗତ ବର୍ଷ ଏକ ଫ୍ୟାମିଲି ଫଙ୍କସନରେ ଶରଦ ଯୋଗଦେଇଥିବା ବେଳେ ସେ ରିପ୍ଚିଙ୍କ ସହିତ ସାକ୍ଷାତ କରିଥିଲେ । ଏବଂ ରିପ୍ଚି ତାଙ୍କୁ ଖୁବ ପସନ୍ଦ ଆସିଥିଲେ । ଏହା ସହ ଶରଦଙ୍କ ମା’ଙ୍କୁ ଭି ରିପ୍ଚି ପସନ୍ଦ ଆସିଥିଲେ । ଏହାକୁ ଦେଖଲେ ଏହି ବିବାହ ଏକ ଲଭ-କମ-ଆରେଞ୍ଜ ମ୍ୟାରେଜ ।

sarad 1 ରିପ୍ଚି ଏବଂ ଶରଦ ପରସ୍ପରକୁ ଖୁବ ପସନ୍ଦ କରନ୍ତି ଏବଂ ଦୁହେଁ ଏହି ସମ୍ପର୍କକୁ ଆଗକୁ ବଢାଇବାକୁ ଚାହାଁନ୍ତି । ଦୁହିଁଙ୍କ ବିବାହ ଜଚଲିତ ବର୍ଷ ଏପ୍ରିଲରେ ମୁମ୍ବାଇରେ ହେବ । ବିବାହ ପ୍ରସ୍ତୁତି ଏବେ ଠାରୁ ଆରମ୍ଭ ହୋଇସାରିଛି । ବିବାହରେ ରିପ୍ଚା ନିଜ ଡ୍ରେସ ନିଜେ ଡିଜାଇନ କରିବେ ବୋଲି ଶୁଣିବାକୁ ମିଳୁଛି ।

କହିରଖୁଛୁ ଯେ, ଶରଦ ନିଜ କାମ ସହିତ ପର୍ସନାଲ ଲାଇଫକୁ ନେଇ ମଧ୍ୟ ଖୁବ ଚର୍ଚ୍ଚାରେ ରହିଛନ୍ତି । ଶରଦ ଟିଭି ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀଙ୍କୁ ପାଖାପାଖି ୮ ବର୍ଷ ଡେଟ କରିଥିଲେ । ପରେ ହୁହେଁ ଅଲଗା ହୋଇଯାଇଥିଲେ । ପରେ ଶରଦଙ୍କା ନାମ ପୂଜା ବିଷ୍ଟିଙ୍କ ସହିତ ଯୋଡା ଯାଇଥିଲା କିନ୍ତୁ ଏହା ଆଗକୁ ବଢିପାରିଲା ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More