Only for Entertainment

ପାପା ଶରମନଙ୍କ ଇଣ୍ଟିମେଟ ସିନକୁ ଦେଖି ୧୦ ବର୍ଷର ଝିଅ କରିଥିଲେ ଏହି ପ୍ରଶ୍ନ ?

DNA India
61

ବଲିଉଡ ଅଭିନେତା ଶମରମନ ଜୋଶୀ ଆଜି ନିଜର ୪୦ ତମ ଜନ୍ମଦିନ ସେଲିବ୍ରେଟ କରୁଛନ୍ତି । ୧୯୯୯ରେ ରିଲିଜ ହୋଇ ଥିବା ଆର୍ଟ ଫିଲ୍ମ ‘ଗଡମଦର’ ଜରିଆରେ ସେ ବଲିଉଡ ଡେବ୍ୟୁ କରିଥିଲେ । କିନ୍ତୁ ୨୦୦୧ରେ ଆସିଥିବା ଫିଲ୍ମ ‘ଷ୍ଟାଇଲ’ ତାଙ୍କୁ ପରିଚୟ ଦେଇଥିଲା । ଏହି ଫିଲ୍ମ ହିଟ ହେବା ସହିତ ଶରମନଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଏହା ପରେ ସେ ‘ଗୋଲମାଲ’ (୨୦୦୭)ରେ ନିଜର ଜବରଦସ୍ତ ଅଭିନୟ କରି ଚାର ଚାନ୍ଦ ଲଗାଇଥିଲେ ।

ଫିଲ୍ମ ‘ହେଟ ଷ୍ଟୋରୀ ୩’ରେ ଶରମନ ଜୋଶୀ ଅଭିନେତ୍ରୀ ଜରୀନ ଖାନଙ୍କ ସହିତ ଖୁବ ବୋଲ ସିନ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । କୁହାଯାଉଛି ଯେ, ଶରମନଙ୍କ ଏହି ସିନକୁ ନେଇ ତାଙ୍କ ଝିଅ ପ୍ରଶ୍ନ କରିଥିଲେ । ଝିଅର ପ୍ରଶ୍ନ ଶୁଣି ଶରମନଙ୍କୁ ଖୁବ ଖରାପ ଲାଗିଥିଲା ।

 

ଖବର ଅନୁସାରେ ଶରମନଙ୍କ ଝିଅ ଖୟାନାକୁ ପାପାଙ୍କ ଏହି ସିନ ପସନ୍ଦ ଆସିନଥିଲା । ଶରମନ ଘରକୁ ଆସିବା ପରେ ସେ ପ୍ରଶ୍ନ କରିଥିଲେ, ପାପା ଆପଣ ଏତେ ଖରାପ ସିନ ଫିଲ୍ମରେ କାହିଁକି କରୁଛ । ଏହି ସିନ ଦେଖି ତାଙ୍କ ଝିଅ ଖୁବ ରାଗି ଯାଇଥିଲେ । ୧୦ ବର୍ଷର ଝିଅକୁ ସେତେବେଳେ ଉତ୍ତର ଦେବା କଷ୍ଟକର ଥିଲା । ପରେ ସେ ବୁଝାଇଥିଲେ ସେ ଜମେ ଆକ୍ଟର ତେଣୁ ନିର୍ଦ୍ଦେଶକଙ୍କ ଯାହା କହିବେ ତାହା କରିବାକୁ ପଡିବ । କହିରଖୁଛୁ ଯେ, ଖୟାନାଙ୍କ ବ୍ୟତିତ ଶରମନଙ୍କର ଦୁଇଟି ପୁଅ ମଧ୍ୟ ଅଛି । ଶ୍ରମନ ପ୍ରେମ ଚୋପ୍ରାଙ୍କ ଝିଅ ପ୍ରେରଣା ଚୋପ୍ରାଙ୍କୁ ବିବାହ କରିଛନ୍ତି ।

sharman family

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ଶରମନ ଖୁବ ଶୀଘ୍ର ମିଶନ ମଙ୍ଗଳରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ବ୍ୟତିତ ଅକ୍ଷୟ କୁମାର, ବିଦ୍ୟା ବାଲାନ, ତାପସୀ ପନ୍ନୁ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମକୁ ଜଗତ ଶକ୍ତି ନିର୍ଦ୍ଦେଶନା ଦେଉଥିବା ବେଳେ ଫିଲ୍ମ ୧୫ ଅଗଷ୍ଟରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More