Only for Entertainment

ଶରମନ ଜୋଶୀଙ୍କ ଡିଜିଟାଲ ଡେବ୍ୟୁ, ଆଶା ନେଗୀଙ୍କ ସହିତ କରିବେ ରୋମାନ୍ସ ।

DNA India
41

ବଲିଉଡ ଅଭିନେତା ଶରମନ ଜୋଶୀ ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି । ଶରମନ ଖୁବ ଶୀଘ୍ର ଏକତା କପୁରଙ୍କ ୱେବ ସିରିଜରେ ନଜର ଆସିବେ । ଏହି ସିରିଜରେ ସେ ଟିଭି ଅଭିନେତ୍ରୀ ଆଶା ନେଗୀଙ୍କ ସହିତ ରେମାନ୍ସ କରୁଥିବାର ନଜର ଆସିବେ । ଡିଜିଟାଲ ପ୍ଲାଟଫର୍ମ ଆଲ୍ଟ ବାଲାଜୀର ଏହି ନୂଆ ୱେବ ସିରିଜର ନାମ ରଖାଯାଇଛି ‘ବାରିସ- ମୁଡ ଫର ସମ ଲଭ’ ।

ekta

ଏହି ୱେବ ସିରିଜରେ ଶରମନଙ୍କ ଚରିତ୍ରର ନାମ ରହିଛି ‘ଅନୁଜ’ । ଏହି ୱେବ ସିରିଜ ଦୁଇ ଜଣ ଅଜଣା ଲୋକଙ୍କ କାହାଣୀ ଉପରେ ଆଧାରିତ ଯେ ନିଜର ପରିବାରକୁ ସର୍ବଦା ପ୍ରଥମିକତା ଦେଇଥାନ୍ତି । ଇତି ମଧ୍ୟରେ ଦୁହେଁ ପରସ୍ପରକୁ ଭେଟି ଥାନ୍ତି । ଦେଖିବାକୁ ରହିଲା ଯେ, ଦୁହେଁ ଏତେ ଅସୁବିଧା ମଧ୍ୟରେ ବି କିପରି ପରସ୍ପରର ପ୍ରେମରେ ପଡିବେ ।

asha

ଶରମାନ ଏକ ବୟାନରେ କହିଛନ୍ତି, ‘ ମୁଁ ଆଶାଙ୍କ ସହିତ କାମ କରିବାକୁ ନେଇ ଖୁବ ଉତ୍ସାହିତ ଅଛି । ଲମ୍ବା ସମୟ ପରେ ମୁଁ କୌଣସି ରୋମାଣ୍ଟିକ ଡ୍ରାମାରେ କାମ କରିବାକୁ ଯାଉଛି । ମୁଁ ଭାବି ନଥିଲି ଯେ, ଡିଜିଟାଲ ସ୍ପେସରେ ଡେବ୍ୟୁ କରିବା ପାଇଁ ଏତେ ଭଲ ଫ୍ଲାଟଫର୍ମ ମିଳିବ ।’ କହିରଖୁଛୁ ଯେ, ଏହି ୱେବ ସିରିଜର ନିର୍ଦ୍ଦେଶନା ଦେବେ ନନ୍ଦିତା ମେହରା ଏବଂ ଭୈରବୀ ରାୟଚୁରା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More