Only for Entertainment

ଜାଣନ୍ତୁ ଶଶି କପୁରଙ୍କ ପ୍ରେମ କାହାଣୀର ଅଜଣା କଥା

DNA India
0 35

ବଲିଉଡର ଜଣାଶୁଣା ଅଭିନେତା ଶଶି କପୁରଙ୍କ ଜନ୍ମ ୧୮ ମାର୍ଚ୍ଚ ୧୯୩୮ରେ କଲିକତାରେ ହୋଇଥିଲା । ଶଶି କପୁରଙ୍କ ଫିଲ୍ମ ଜୀବନ ପରି ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଖୁବ ଚର୍ଚ୍ଚାରେ ଥିଲା । ଶଶି କପୁର ୧୯୫୮ ମସିହାରେ ଜେନିଫର କେଣ୍ଡଲଙ୍କ ସହିତ ବିବାହ କରିଥିଲେ । ଜେନିଫରଙ୍କ ଅସମୟ ମୃତ୍ୟୁପରେ ଶଶି କପୁର ଭାଙ୍ଗି ଯାଇଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାକୁ ଲାଗିଥିଲା ।

sashi

ଜେନିଫରଙ୍କ ସହିତ ଶଶି ୧୯୫୬ କଲିକତାରେ ଦେଖାହୋଇଥିଲା । ସେ ସମୟରେ ଶଶି ନିଜ ପିତାଙ୍କ ଥିଏଟର ଗ୍ରୁପରେ ଅଭିନେତା ଏବଂ ଷ୍ଟେଜ ମ୍ୟାନେଜର ଥିଲେ । ଏବଂ ସେହି ସମୟରେ ଗ୍ରୋଫର କେଣ୍ଡଲଙ୍କର ସେସ୍କପିୟରନ ଗ୍ରୁପ ମଧ୍ୟ କଲିକତାରେ ଥିଲେ । ଜେନିଫର ଗ୍ରୋଫର କେଣ୍ଡଲଙ୍କର ଝିଅ ଥିଲେ । କିଛି ଦିନ ମିଶିବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ବଢିବାକୁ ଲାଗିଲା । ଏବଂ ୨୦ ବର୍ଷ ବୟସରେ ଶଶି କପୁର ତାଙ୍କଠାରୁ ୩ ବର୍ଷ ବଡ ଜେନିଫରଙ୍କ ସହିତ ବିବାହ କରିଥିଲେ ।

jennifer-kendal

ବିବାହ ପାଇଁ ଜେନିଫରଙ୍କ ପିତା ନମାନିବାରୁ ସେ ନିଜ ଫିତାଙ୍କ ଥିଏଟର ଗ୍ରୁପ ଛାଡିଦେଇଥିଲେ । ଏପରି ଅବସ୍ଥା ହୋଇଥିଲା ଯେ ମ୍ୟାଲେଶିଆରେ ଶଶି ଏବଂ ଜେନିଫରଙ୍କ ପାଖରେ ଭାରତ ଆସିବା ପାଇଁ ଟିକେଟ ନ ଥିଲା । ସେତେବେଳେ ରାଜ କପୁର ଦୁଇ ଜଣଙ୍କ ପାଇଁ ଟିକେଟ ପଠାଇଥିଲେ । ଏହି ବିବାହ ପାଇଁ ଦୁଇ ପରିବାରର ସହଯୋଗ ନଥିଲା । ସେହି ସମୟରେ ଶଶି କପୁରଙ୍କ ଭାଉଜ ଗୀତା କପୁର ତାଙ୍କୁ ସପୋର୍ଟ କରିଥିଲେ । ଶଶି ଏବଂ ଜେନିଫରଙ୍କର ୩ ସନ୍ତାନ ଅଛନ୍ତି କୃଣାଳ, କରଣ ଏବଂ ସଂଜନା କପୁର । ସେମାନେ ସମସ୍ତେ ଲାଇମ ଲାଇଟ ଠାରୁ ଦୂରରେ ।

shashikapoor_family

୧୯୮୪ରେ ଜେନିଫରଙ୍କ ମୃତ୍ୟୁ ହେଇଥିଲା । ଏହା ପରେ ଶଶି ଭାଙ୍ଗି ଯାଇଥିଲେ । ଏବଂ କାହା ସହିତ ମିଳାମିଶା କରୁନଥିଲେ । ତାଙ୍କର ସ୍ୱାସ୍ଥ୍ୟ ମଧ୍ୟ ବିଗିଡି ଯାଇଥିଲା । ଗତବର୍ଷ ୪ ଡେସେମ୍ବରରେ ୭୪ ବର୍ଷ ବୟସରେ ଶଶିଙ୍କର ନିଧନ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More