Only for Entertainment

ଧର୍ମେନ୍ଦ୍ରଙ୍କ ସହିତ ବନ୍ଧୁତାକୁ ନେଇ ଶତୃଘ୍ନ ସିହ୍ନାଙ୍କ ମତ, ଆମେ ‘ଶୋଲେ’ରେ ଏକା ସହିତ କାମ କରିଥାନ୍ତୁ କିନ୍ତୁ….

zee news
0 39

ଅଭିନେତା ଏବଂ ରାଜନେତା ଶତୃଘ୍ନ ସିହ୍ନା ଆଗାମୀ ଫିଲ୍ମ ୟମଲା ପଗଲା ଦିୱାନାରେ ଅତିଥି ଭୂମିକାରେ ନଜର ଆସିବେ । ନିକଟରେ ଶତୃଘ୍ନ ସିହ୍ନା ଅଭିନେତା ଧର୍ମେନ୍ଦ୍ରଙ୍କୁ ନିଜର ସବୁଠାରୁ ପ୍ରିୟ ମିତ୍ର ବୋଲି କହିଛନ୍ତି । ଶତୃଘ୍ନ କହିଛନ୍ତି କେବଳ ଧର୍ମେନ୍ଦ୍ର ନୁହଁନ୍ତି ହେମା ମାଳିନୀ ମଧ୍ୟ ମୋର ଭଲ ବନ୍ଧୁ । ସେ ବନ୍ଧୁତାକୁ ନେଇ କହିଛନ୍ତି ଏହି ଇଣ୍ଡଷ୍ଟ୍ରୀରେ ବନ୍ଧୁ ହେବା ମୁଲକିଲ । ଯେଉଁଠି ପ୍ରତ୍ୟେକ ଶୁକ୍ରବାର ଏହା ବଦଳି ଯାଇଥାଏ ।

ଏହା ସହିତ ସେ କହିଛନ୍ତି ଆମେ ୩ଜଣ ଦୁଲାଲ ଗୁହାଙ୍କ ଫିଲ୍ମ ‘ଦୋସ୍ତ’ରେ ଏକା ସହିତ କାମ କରିଥିଲୁ । ଏହା ୧୯୭୪ରେ ରିଲିଜ ହୋଇଥିଲା । ଏହା ବ୍ୟତିତ ବିଜୟ ଆନନ୍ଦଙ୍କ ଫିଲ୍ମ ବ୍ଲାକମେଲରେ ମଧ୍ୟ ଆମ ଦୁଇ ଜଣଙ୍କୁ କାଷ୍ଟ କରାଯାଇଥିଲା । ମୋ ପତ୍ନୀ ପୁନମ ମଧ୍ୟ ଏକ ଫିଲ୍ମରେ ଧର୍ମେନ୍ଦ୍ରଙ୍କ ସହିତ କାମ କରିଛନ୍ତି । କିନ୍ତୁ ଶତୃଘ୍ନଙ୍କ କହିବା ଅନୁସାରେ ଧମେନ୍ଦ୍ର ଏବଂ ହେମାଙ୍କ ସହିତ ତାଙ୍କର ବନ୍ଧୁତା ପେଶାଦାର ଦୁନିଆ ଠାରୁ ବହୁତ ଆଗରେ ।

ଏହା ସହିତ ଫିଲ୍ମ ୟମାଲା ପଗଲା ଦିୱାନାକୁ ନନେଇ ସେ କହିଛନ୍ତି ଏହି ଫିଲ୍ମରେ ଅଭିନୟ କରିବା ପାଇଁ କେବେ ଭାବି ନଥିଲି । ଧର୍ମେନ୍ଦ୍ରଙ୍କୁ ଫିଲ୍ମ ପାଇଁ ଆଗରୁ ହଁ କରିଦେଇଥିଲି । ଏହା ସହିତ ମଜାକରେ ଶତୃଘ୍ନ କହିଥିଲେ ଆପଣ ଜାଣନ୍ତି କି ଶୋଲେରେ ମଧ୍ୟ ଆମେ କାମ କରିଥାନ୍ତୁ କିନ୍ତୁ ଭଗବାନ ଏବଂ ରମେଶ ସିପ୍ପି ଆଉ କିଛି ଭାବିକି ରଖିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More