Only for Entertainment

ପୁଣିଥରେ ନିଜ ଯାଦୁ ଦେଖାଇଲେ ବଲିଉଡ୍ର ଲୋକପ୍ରିୟ ସିଙ୍ଗର୍ ବାଦଶାହ ।

youtube
24

ବଲିଉଡ୍ ସିଙ୍ଗର୍ ତଥା ର‌୍ୟାପ୍ କିଙ୍ଗି ବାଦଶାହ୍, ନିଜ ଫ୍ୟାନ୍ମାନଙ୍କ ପାଇଁ ଭେଟି ଦେଇଛନ୍ତି ଏକ ଜବରଦସ୍ତ ପାର୍ଟି ସଙ୍ଗ । ଗୀତର ଟାଇଟେଲ୍ ରହିଛି ‘ସି ମୁଭ୍ ଇଟ୍ ଲାଇକ୍’ । ଗୀତରେ ବାଦଶାହଙ୍କ ସହ ଡ୍ୟାନ୍ସ କରିବାରେ ନଜର ଆସିଛନ୍ତି ବଲିଉଡ୍ ଅଭିନେତ୍ରୀ ୱାରିନା ହୁସୈନ୍ । ଚଳଚ୍ଚିତ୍ର ଲଭ୍ୟାତ୍ରୀ ପରେ ଏହି ସୁନ୍ଦରୀଙ୍କୁ ନେଇ ମ୍ୟୁଜିକ୍ ଭିଡଓ ପ୍ରସ୍ତୁତ କରିଛନ୍ତି ବାଦଶାହ୍ । ଏହି ପାର୍ଟି ସଙ୍ଗ୍ର ମ୍ୟୁଜିକ୍ ଓ ଲିରିକ୍ସର ଭାର ତୁଲାଇଛନ୍ତି ନିଜେ ବାଦ୍ଶାହ । ଏଥିରେ ଜବରଦସ୍ତ ର‌୍ୟାପ୍ କରିଛନ୍ତି ବାଦଶାହ । ସୋନି ମ୍ୟୁଜିକ୍ ଦ୍ୱାରା ରିଲିଜ୍ ହୋଇଥିବା ଏହି ଗୀତଟି ୟୁଟୁବ୍ରେ ଟ୍ରେଣ୍ଡିଂ ହେବାରେ ଲାଗିଛି ।

ରିଲିଜ୍ ହେବାର ମାତ୍ର ୨୪ ଘଂଟା ଭିତରେ ଏହି ଭିଡିଓକୁ ୫ ମିଲିଅନ୍ ଦର୍ଶକ ଦେଖି ସାରିଲେଣି । ଯାହା ପ୍ରମାଣ କରିଛି ବାଦଶାହ୍ଙ୍କ ସିଙ୍ଗିଂ ଅଛନ୍ତି ଅସଂଖ୍ୟ ଫ୍ୟାନ୍ । ଆଗକୁ ଏହି ଗୀତର ଲୋକପ୍ରିୟତା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More