Only for Entertainment

ଟ୍ରାଫିକ ମଧ୍ୟରେ କୁକୁରର ଚଳାଇଲା କାର, ଭିଡିଓ ଭାଇରାଲ !

ndtv
63

ଶିଲଂରେ କିଛି ଏଭଳି ଘଟଣା ଘଟିିଛି ଯାହା ସମସ୍ତଙ୍କୁ କରି ପକାଇଛି ଚକିତ । ଟ୍ରାଫିକ ମଧ୍ୟରେ କାର ଚଳାଇବା ଖୁବ ଅସୁବିଧା ଜନକ । ଯଦି ଆପଣ ଦେଖିବେ ଏହି ଭିଡ ଭିତରେ କୁକୁର କାର ଚଳାଉଥିବାର ତେବେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ଶୁକ୍ରବାର ଦିନ ଠିକ ସେହିଭଳି ଘଟଣା ଦେଖିବାକୁ ମିଳିଛି । ଶିଲଂର ପୁଲିସ ବଜାରରେ ଏକ କୁକୁର ପୁଲିସ ବଜାରରେ ମାରୁତି କାର ଚଲାଉଥିବାର ନଜର ଆସିଛି । ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଆପଣ ଦେଖିପାରୁଥିବେ କିଭଳି ଭାବେ କୁକୁର ଡ୍ରାଇଭର ସିଟରେ ଷ୍ଟେରିଂ ଧରିଛି । ଭିଡିଓ ଭାଇରାଲ ହେବା ପରେ ପୁଲିସ କାର ମାଲିକଙ୍କ ଉପରେ ଆକ୍ସନ ନେଇଛନ୍ତି । ସଦର ଟ୍ରାଫିକ ପୁଲିସ ସେହି ବ୍ୟକ୍ତିଙ୍କୁ ଖୋଜି ତାଙ୍କ ଉପରେ ୧୦୦୦ଟଙ୍କାର ଜୋରିମାନା ଲଗାଇଛନ୍ତି ।

ପୁଲିସ ଏହି ମାଲିକଙ୍କ ପରିଚୟ ନ ଦେଇ କହିଛନ୍ତି ଯେ ତାଙ୍କ ଉପରେ ତଦନ୍ତ କରାଯାଇଛି । ଟ୍ରାଫିକ ମଧ୍ୟରେ ଏଭଳି କରିବା ଭୂଲ ଅଟେ । ୧ମିନିଟ ୧ସେକେଣ୍ଡର ଏହି ଭିଡିଓ ଜଣେ ମହିଳା ରେକର୍ଡ କରିଥିଲେ । ଏହାକୁ ଏବେ ପର୍ଯ୍ୟନ୍ତ ୨୪ହଜାରରୁ ଅଧିକ ଭ୍ୟୁ ଏବଂ ୭୦୦ରୁ ଅଧିକ ଶେୟାର କରାଯାଇସାରିଲାଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More