Only for Entertainment

ଶିଳ୍ପା ସେଟ୍ଟୀ ପିନ୍ଧିଲେ ଏତେ ଦାମୀ ପୋଷାକ, ମୂଲ୍ୟ ଶୁଣିଲେ ଉଡିଯିବ ହୋଶ୍!

43

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ସବୁବେଳେ ନିଜ ଫିଟନେସକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି । ସେହିଭଳି ଶିଳ୍ପା ଫିଲ୍ମରେ ପଛେ ନଜର ନ ଆସନ୍ତୁ ମାତ୍ର ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରୁହନ୍ତି । ଯେଉଁଠି ଶିଳ୍ପାଙ୍କୁ ତାଙ୍କ ଫ୍ୟାନ୍ସମାନେ ଖୁବ ପସନ୍ଦ କରନ୍ତି । ସେହିପରି ଶିଳ୍ପା ବ୍ଲୁ ଡ୍ରେସକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି । କିଛି ଦିନ ହେବ ତାଙ୍କର ଏକ ଫଟୋ ଇଂଟରନେଟରେ ଆସିଛି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଆଉଟଫିଟରେ ଶିଳ୍ପା ଖୁବ ସୁନ୍ଦର ନଜର ଆସିଛନ୍ତି, କିନ୍ତୁ ଏହି ଡ୍ରେସର ମୂଲ୍ୟ ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଶିଳ୍ପାଙ୍କ ଏହି ଆଉଟଫିଟ ପିନ୍ଧି ଇଭେଂଟରେ ପହଂଚି ଥିେ. ଯେଉଁଠି ତାଙ୍କୁ ସମସ୍ତେ ଚାହିଁ ରହିଥିଲେ । ଏବେ ଏହି ଡ୍ରେସର ମୂଲ୍ୟ ସାମ୍ନାକୁ ଆସିଛି ଆଜ୍ଞା ହଁ , ଏହି ଡ୍ରେସର ମୂଲ୍ୟ ୫୩୬ଡଲାର । ଭାରତୀୟ ମୁଦ୍ର ହିସାବରେ ଶିଳ୍ପା ପିନ୍ଧିଥିବା ଏହି ଡ୍ରେସର ମୂଲ୍ୟ ୩୮,୨୫୦ଟଙ୍କା । ଶିଳ୍ପାଙ୍କ ପାଇଁ ଏହା ଅଧିକ ମୂଲ୍ୟ ନୁହେଁ । ମାତ୍ର ଏହି ଡ୍ରେସରେ ଶିଳ୍ପା ଖୁବ ସୁନ୍ଦର ଦିଶୁଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ ଶିଳ୍ପା ଏବେ ସୁପର ଡାନ୍ସର ଶୋ’ରେ ଜଜ ଅଛନ୍ତି । ସେହିଭଳି ଶିଳ୍ପା ନିଜ ଫିଟନେଓ ଶୋ’ ଆରମ୍ଭ କରିବାକୁ ଯାଉଛନ୍ତି, ଯେଉଁଥି ପାଇଁ ସେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More