Only for Entertainment

ସୁପର ଡ୍ୟାନ୍ସର ଷ୍ଟେଜରେ ଯାହା ଘଟିଲା ଶିଳ୍ପା ସେଟ୍ଟୀଙ୍କ ସହିତ କେବେ ମଧ୍ୟ ଘଟି ନଥିଲା ।

aajtak
27

ସୁପର ଡ୍ୟାନ୍ସର ଥ୍ରି ରବିବାର ଶୋ ଖୁବ ମଜାଦାର ଥିଲା । ଲିଟିଲ ମାଷ୍ଟର୍ସ ଗୋଟିଏ ପରେ ଗୋଟିଏ ଜବରଦସ୍ତ ପର୍ଫମାନ୍ସ ଦେଲେ । କିନ୍ତୁ ଏହାର ପ୍ରଭାବ ଶୋ’ର ବିଚାରକ ଶିଲ୍ପା ସେଟ୍ଟୀଙ୍କ ଉପରେ ପଡ଼ିଥିବା ନଜର ଆସିଛି । ଏକ ପର୍ଫମାନ୍ସ ଏଭଳି ଥିଲାଯେ ଶିଲ୍ପା ଷ୍ଟେଜରେ ପଡ଼ିଗଲେ ।

ବାସ୍ତବରେ ଡ୍ୟାନ୍ସ ଶୋ’ରେ ନେହା କକ୍କର ଅତିଥି ଭାବରେ ପହଂଚିଥିଲେ । ତେଣୁ ନେହାଙ୍କଗୀତରେ ପିଲାମାନେ ଖାସ ପର୍ଫମାନ୍ସ ଦେଲେ । ଏହା ମଧ୍ୟରେ ଥିଲା ଏକ ହରର ପର୍ଫମାନ୍ସ । ଏହାର ଆରମ୍ଭରେ ଶିଲ୍ପା କିଛି ବୁଝିପାରିଲେ ନାହିଁ । କିନ୍ତୁ କିଛି ସମୟ ପରେ ଶିଳ୍ପାଙ୍କ ଅବସ୍ଥା ଖରାପ ହୋଇଗଲା । ପର୍ଫମାନ୍ସ ସରିବା ସମୟକୁ ଭୟରେ ଶିଳ୍ପାଙ୍କର ଝାଳ ବୋହିବାରେ ଲାଗିଲା । ଯେତେବେଳେ ସେହି ସମୟରେ ଶିଳ୍ପାଙ୍କୁ ପ୍ରଶ୍ନ କରାଗଲା ପର୍ଫମାନ୍ସ ଦେଖି ଆପଣ କ’ଣ କହିବେ, ଶିଲ୍ପା କହିଲେ ମୋ କହିବା ବନ୍ଦ ହୋଇଗଲା । ଏହି ମଧ୍ୟରେ ଶିଳ୍ପା ପଡ଼ିଗଲେ । ବାସ୍ତବରେ ପଛରୁ ଆସିଜଣେ ପ୍ରତିଯୋଗୀ ତାଙ୍କୁ ଡରାଇଦେଲେ, ଯାହାପରେ ଶିଳ୍ପା ସହିତ ଏଭଳି ଘଟିଥିଲା ।

ସୌଜନ୍ୟ aajtak
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More