Only for Entertainment

ଶିଳ୍ପା ସେଟ୍ଟୀ ସୁପର ଡ୍ୟାନ୍ସରରେ ଦେଖାଇବେ ଜଲୱା, ସ୍ୱାଗ ସେ ସ୍ୱାଗତରେ ବେଲି ଡ୍ୟାନ୍ସ କରି ମଚାଇବେ ଧୁମ୍ ।

india
0 58

ଗତ କିଛି ଦିନ ହେବ ଶିଳ୍ପା ସେଟ୍ଟୀ ଟିଭିରେ ନିଜର ଯାଦୁ ବିଛାଇବାରେ ଲାଗିପଡିଛନ୍ତି ଏବଂ ସୁପର ଡ୍ୟାନ୍ସରରେ ଜଜ ଭୂମିକାରେ ତାଙ୍କୁ ଦେଖିବାକୁ ମିଳୁଛି । ଶିଳ୍ପା ସେଟ୍ଟୀ ୪୨ବର୍ଷ ବୟସରେ ପାଦ ଦେଇସାରିଲେଣି ମାତ୍ର ବୟସ ତାଙ୍କୁ ଛୁଇଁ ଯାଇ ପାରିନାହିଁ । ସେ ଆଗରୁ ଯେପରି ଦିଶୁଥିଲେ ଏବେ ମଧ୍ୟ ଆପ ଅପେକ୍ଷା ଅଧିକ ସୁନ୍ଦର ଦିଶୁଛନ୍ତି ।

ସୁପର ଡ୍ୟାନ୍ସର ଫାଇନାଲରେ ବେଲି ଡ୍ୟାନ୍ସ କରୁଥିବାର ନଜରକୁ ଆସିବେ ବୋଲି ଶିଳ୍ପା ନିଜ ମୁହଁରେ କହିଛନ୍ତି ।
ଶିଳ୍ପା ତାଙ୍କ ପରଫାରମାନ୍ସକୁ ନେଇ ବହୁତ ସିରିୟସ ଅଛନ୍ତି ଏବଂ ଏଥିପାଇଁ ସେ କଠିନ ପରିଶ୍ରମ ମଧ୍ୟ କରୁଛନ୍ତି । ସୋ ସହ ଜଡିତ ସୂତ୍ର ମୁତାବକ ପିଲାମାନଙ୍କ ପରିବେଷଣ ଖୁବ ଉଚ୍ଚତର ଅଟେ । ତେଣୁ ଶିଳ୍ପାଙ୍କୁ ମଧ୍ୟ ସେହିଭଳି ଉନ୍ନତ ଧରଣର ପରିବେଷଣ କରିବାକୁ ପଡିବ । ଶିଳ୍ପା ତାଙ୍କ ପରଫରମାନ୍ସକୁ ନେଇ ଏତେ ସିରିୟସ ଯେ ସପ୍ତାହରୁ ଅଧିକ ବିତି ଗଲାଣି ତାଙ୍କ ଅଭ୍ୟାସକୁ, ଏବଂ ପ୍ରତିଦିନ ୨ଘଂଟା ସେ ଅଭ୍ୟାସ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More