Only for Entertainment

ମାଧୁରୀ ଦିକ୍ଷିତଙ୍କ ଠାରୁ ନିଜ ପ୍ରଶଂସା ଶୁଣି ଭାବୁକ ହେଲେ ଶିଳ୍ପା ସେଟ୍ଟୀ !

31

ଅଭିନେତ୍ରୀ ମାଧୁରୀ ଦିକ୍ଷିତ ଏବଂ ଅନୀଲ କପୁର ଡାନ୍ସ ରିଆଲିଟି ଶୋ’ ‘ସୁପରଡାନ୍ସର ଚାପ୍ଟର୩’ରେ ନିଜ ଆଗାମୀ ଫିଲ୍ମ ‘ଟୋଟାଲ ଧମାଲ’ର ପ୍ରମୋସନ କରିବା ପାଇଁ ପହଂଚିଥିଲେ । ଏହି ମଉକାରେ ଶୋ’ରେ ବିଚାରଧୀନ ଭାବେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ମାଧୁରୀଙ୍କୁ ଦେଖି ଏକ୍ସାଇଟେଡ ହୋଇଯାଇଥିଲେ । ଶିଳ୍ପା କହିଥିଲେ ଯେ ସେ ଯେତେବେଳେ ତେଜାବ ଦେଖିଥିଲେ , ସେବେଠାରୁ ହିଁ ସେ ମାଧୁରୀଙ୍କ ଫ୍ୟାନ ହୋଇଯାଇଥିଲେ ।

ଏହାପରେ ମାଧୁରୀ ଏବଂ ଶିଳ୍ପା ଦୁହିଁଙ୍କ ଫେମସ ଗୀତରେ ଡାନ୍ସ କରିଥିଲେ । ମାଧୁରୀ ଶିଳ୍ପାଙ୍କ ଡ୍ୟାନ୍ସଙ୍କୁ ପ୍ରଶଂସା କରିବାରୁ ସେ ଇମୋସନାଲ ହୋଇଯାଇଥିଲେ ଏବଂ ନିଜ ଲୁହକୁ ରୋକି ପାରିନଥିଲେ । ଶିଳ୍ପା ଏହାପରେ କହିଥିଲେ ଯେ ସେ ମାଧୁରୀଙ୍କ ସହ ଷ୍ଟେଜ ଶେୟାର କରି ଖୁବ ଖୁସି ଏବଂ ଗର୍ବିତ ଅନୁଭବ କରୁଛନ୍ତି । ମାଧୁରୀ କହିଥିଲେ ଯେ ଶିଳ୍ପା ଯେତେବେଳେ ନିଜ ଅଂଟା ହଲାନ୍ତି ମାଧୁରୀଙ୍କୁ ଖୁବ ପସନ୍ଦ ଆସେ ଏହି କଥା ଶୁଣି ଶିଳ୍ପା କାନ୍ଦି ପକାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More