Only for Entertainment

ଶିଳ୍ପାଙ୍କ ଲିଡରସିପ କାରଣରୁ ଦେଶ ବନାଇଲା ନିଆରା ରେକର୍ଡ !

23

ବଲିଉଡ ଅଭିନେତ୍ରୀ ଏବଂ ଫିଟନେସ ଏକ୍ସପର୍ଟ ଶିଳ୍ପା ସେଟ୍ଟୀ କୁନ୍ଦ୍ରାଙ୍କ ନେତୃତ୍ୱରେ ରବିବାର ଏକାସହ ଗୋଟିଏ ବ୍ୟାୟାମ (ପ୍ଲାଙ୍କ) ୬୦ସେକେଣ୍ଡ ପର୍ଯ୍ୟନ୍ତ କରି ଭାରତ ନାଁ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସାମିଲ ହୋଇଛି ।

ପୁନେ ସ୍ଥିତ ଫୋର୍ସେସ ମେଡିକାଲ କଲେଜ ମଇଦାନର ଏକ ବୀମା କମ୍ପାନୀ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ।

ଭାରତ ଚୀନ ବନାଇଥିବା ରେକର୍ଡକୁ ଭାଙ୍ଗି କୀର୍ତ୍ତି କରିଛି । ଚୀନରେ ୧୭୭୯ଲୋକ ୧୮ମାର୍ଚ୍ଚ ୨୦୧୭ରେ ଏକ ସେଂଟ୍ରାଲ ପାର୍କରେ ୬୦ସେକେଣ୍ଡର ପ୍ଲାଙ୍କ କରି ରେକର୍ଡ କରିଥିଲା । ଯାହାକୁ ଭାଙ୍ଗିଛି ଭାରତ ଏବଂ ଅଭିନେତ୍ରୀ ଏହି ଅଭିଯାନରେ କହିଛନ୍ତି ଯେ ଫିଟନେସକୁ ନେଇ କୌଣସି କାର୍ଯ୍ୟ ହେଲେ ସେଠାରେ ନିଶ୍ଚୟ ଯୋଗ ଦେବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More