Only for Entertainment

ଶିଳ୍ପା ସେଟ୍ଟୀଙ୍କ ଘରକୁ ଆସିଲେ ନୂଆ କୁଣିଆ, ଭିଡିଓ ଶେୟାର କରି କରାଇଲେ ପରିଚୟ !

24

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ନିକଟରେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି । ଭିଡିଓରେ ସେ କିଛି ମିଠା ଖାଉଥିବାର ନଜର ଆସିଛନ୍ତି । ଏହାପରେ ସେ ତାଙ୍କ ପରିବାରକୁ ଆସିଥିବା ନୂଆ ମେମ୍ବର ସହ ମଧ୍ୟ ପରିଚୟ କରାଇଛନ୍ତି । ଏହି ସଦସ୍ୟ ଆଉ କେହି ନୁହେଁ, ଏହା ଏକ ବିରାଡି ଅଟେ । ଶିଳ୍ପା ଏହି ଭିଡିଓ ସହ ପରିଚୟ କରାଇଛନ୍ତି ତାଙ୍କ ବିଲେଇ ସହ ।


ଏଠାରେ ଆମେ କହି ରଖୁଛୁ ଯେ ଶିଳ୍ପା ବଲିଉଡରେ ଶାହାରୁଖ ଷ୍ଟାରର ଫିଲ୍ମ ‘ବାଜିଗର(୧୯୯୩)’ରେ ଆସି ପରିଚୟ ପାଇଥିଲେ, ଏହି ଫିଲ୍ମରେ ଶିଳ୍ପା ଏବଂ କାଜୋଲ ଦୁଇ ଭଉଣୀ ଭୂମିକାରେ ନଜର ଆସିଥିଲେ । ଯାହା ବକ୍ସ ଅଫିସରେ ସୁପରହିଟ ହୋଇଥିଲା । ଏହାପରେ ସେ ଅକ୍ଷୟଙ୍କ ସହ ୧୯୯୪ରେ ଆସିଥିବା ସୁପରହିଟ ଫିଲ୍ମ ‘ମେ ଖିଲାଡି ତୁ ଅନାଡି’ରେ ନଜର ଆସିଥିଲେ, ଏହାମଧ୍ୟ ସୁପରହିଟ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More