Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ଶିମଲା ଲଙ୍କା ହଲୱା !

53

ଖାଦ୍ୟରେ ସମସ୍ତଙ୍କୁ ରୁଚି ଥାଏ । କିଛି ବ୍ୟକ୍ତିଙ୍କୁ ଖାଦ୍ୟ ଖାଇବା ଠାରୁ ଅଧିକ ପସନ୍ଦ ଖାଦ୍ୟ ପ୍ରସ୍ତୁତ କରି ପରଷିବ । ସେହିଭଳି କିଛି କିଛି ନୂଆ ରୋଷେଇ କରିବା । ଆପଣ ତ ସୁଜି ହଲୱା , ଗାଜର ହାଲୱା, ଚୁଡା ହଲୱା ଖାଇଥିବେ । ଆସନ୍ତୁ ଆଜି ଆମେ ପ୍ରସ୍ତୁତ କରିବା ଆଉ ଏକ ନୂଆ ହଲୱା । ଯାହା ଶିମଲା ଲଙ୍କା ଦ୍ୱାରା ପ୍ରସ୍ତୁତ ହୋଇଛି ।

ଆବଶ୍ୟକ ସାମଗ୍ରୀ:

ଶିମଲା ମିର୍ଚ

ଘିଅ

କ୍ଷୀର

ଅଳେଇଚ

କିଶମିଶ

ବାଦାମ

ଅଖରୋଟ

ଚିନି

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଶିମଳା ଲଙ୍କାର ମଞ୍ଜି ବାହାର କରିଦିଅନ୍ତୁ। ତା ପରେ ଏହାକୁ କାଟି ନିଅନ୍ତୁ । ଏବେ ଏହାକୁ ଧୋଇ ନିଅନ୍ତୁ । ପରେ ଏକ କଡେଇରେ ଘିଅ ଗରମ କରି କିଶମିଶ ଏବଂ ଅଳେଇଚ ପକାନ୍ତୁ । ଏହା ପରେ ଏଥିରେ ଶିମଲା ମିର୍ଚ ପକାଇ ୫ ମିନିଟ ପର୍ଯ୍ୟନ୍ତ ଭାଜି ନିଅନ୍ତୁ ଏବଂ ଚିନି ପକାଇ ଦିଅନ୍ତୁ । କିଛି ସମୟ ପରେ ଏଥିରେ କ୍ଷୀର ମିଶ୍ରିତ କରି ଦିଅନ୍ତୁ । ଏହା ପରେ ଅଳେଇଚ ପାଉଡର କରି ଏହାକୁ ଧୀମା ଆଂଚରେ ପକାନ୍ତୁ । ଶେଷରେ ଡ୍ରାଏ ଫ୍ରୁଟସ ପକାଇ ପରଷି ଦିଅନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More