Only for Entertainment

ସେକ୍ରେଡ ଗେମ୍ସ୨କୁ ନେଇ ଅସୁବିଧାରେ ନେଟଫ୍ଲିକ୍ସ, ଶିବସେନା ନେତା ପୁଲିସରେ କଲେ ଅଭିଯୋଗ !

50

ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ ରେ ଧମାକାଦାର ସତ୍ୟ ଘଟଣା ଉପରେ ଆଧାରିତ କାହାଣୀ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । କିଛି ଦିନ ପୂର୍ବେ ଅର୍ଥାତ ଅଗଷ୍ଟ ୧୫ରେ ସବୁଠାରୁ ପପୁଲାର ୱେବସିରିଜ ‘ସେକ୍ରେଡ ଗେମ୍ସ୨’ ଓନଲାଇନ ଷ୍ଟ୍ରିମ କରାଯାଇଥିଲା । ସିରିଜର ଅନେକ ସିନକୁ ନେଇ ବିବାଦ ଉପୁଜିଥିଲା । ଏବେ ହିନ୍ଦୁ ଆକ୍ଟିଭିଷ୍ଟ ଏବଂ ଶିବସେନା ଆଇଟି ସେଲର ସଦସ୍ୟ ରମେଶ ସୋଲଙ୍କି ଏହି ସିରିଜରେ ହିନ୍ଦୁ ଏବଂ ଭାରତର ଛବିକୁ ଖରାପ କରୁଥିବା ବିରୁଦ୍ଧରେ ପୁଲିସ ପାଖରେ ମାମଲା ରୁଜୁ ହୋଇଛି ।

ରମେଶ ସୋଲଙ୍କିଙ୍କ ଆରୋପ ରହିଛି ଯେ ନେଟଫ୍ଲିକ୍ସ ର ଶୋ’ ସେକ୍ରେଡ ଗେମ୍ସ, ଲୀଲା, ଘୋଲ ଏବଂ ହସନ ମିହ୍ନାଜଙ୍କ ‘ଦ ପ୍ୟାଂଟ୍ରିଅଟ ଆକ୍ଟ’ ହିନ୍ଦୁ ଏବଂ ଦେଶର ଛବିକୁ ଦୂଷିତ କରୁଛି ।

ଅଭିବ୍ୟକ୍ତର ଆଜାଦ ନା’ ରେ ନେଟଫ୍ଲିକ୍ସରେ ବିଶ୍ୱରେ ହିନ୍ଦୁ ଏବଂ ଭାରତର ରୂପକୁ ଖରାପ କରୁଛି । ଦୋଷାରୋପ ରହିଛି ଯେ ସେକ୍ରେଡ ଗେମ୍ସରେ ଦେଖାଯାଇଥିବା ଦେଶସାରା ଯାହା ଅପରାଧ ହୋଇଛି ସେଥିପାଇଁ ହିନ୍ଦୁ ଦାୟୀ ଅଟନ୍ତି ଏବଂ ଆମେରିକାରେ ହେଉଥିବା ହତ୍ୟା ପାଇଁ ହିନ୍ଦୁ ଦାୟୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More