Only for Entertainment

ପୁଣିଥରେ ପରଦାରେ କମାଲ ଦେଖାଇବାକୁ ଆସୁଛନ୍ତି ଏହି ସୁପରହିଟ ଯୋଡି

you tube
49

ଓଲିଉଡ ଅଭିନେତା ସ୍ୱରାଜ ଏବଂ ଅଭିନେତ୍ରୀ ଶିବାନୀ ପୁଣିଥରେ ଏକାଠି ପରଦାରେ ନଜର ଆସିବେ । ହଁ, ସ୍ୱରାଜ-ଶିବାନୀଙ୍କ ଯୋଡ଼ିକୁ ନେଇ ଯେଉଁ ଓଡ଼ିଆ ସିନେମା ନିର୍ମିତ ହେଉଛି, ତାହାର ଟାଇଟଲ୍ ରହିଛି ‘ଦିଲ୍ ମୋର ମାନେନା’ । ଏହା ଏକ ଟିନ୍ ଏଜ୍ ଲଭ ଷ୍ଟୋରି ବୋଲି କୁହାଯାଉଛି । ଏହି  ନୂଆ ଓଡ଼ିଆ ସିନେମାର ସୁଟିଂ ଚାଲିଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଛନ୍ତି ବରିଷ୍ଠ ନିର୍ଦ୍ଦେଶକ ହିମାଂଶୁ ପରିଜା(ଚଣ୍ଡୀ) । ରାଜେଶ ବପଲିନ୍ ଏହି ସିନେମାର ପ୍ରେଯାଜନା କରୁଛନ୍ତି ।

ଓଲିଉଡ଼ରେ ନାୟକ ଭାବେ ସ୍ୱରାଜ ବେଶ୍ ଲୋକପ୍ରିୟତା ହାସଲ କରିସାରିଲେଣି । ସେ ଶିଶୁ କଳାକାର ଭାବେ ଓଲିଉଡରେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ତାଙ୍କୁ ତରଙ୍ଗ ସିନେ ପ୍ରଡକସନ୍ସ ୨୦୧୭ରେ ‘ତୁ ମୋ ଲଭ ଷ୍ଟୋରି’ରେ ହିରୋ ଭାବେ ବ୍ରେକ ମିଳିଥିଲା । ଏହି ଫିଲ୍ମରେ ନାୟିକା ଭୂମିକା ନିଭାଇଥିଲେ ନବାଗତ ଭୂମିକା, ଯିଏ ବି ଶିଶୁ କଳାକାରରୁ ହିରୋଇନ୍ ବନିଥିଲେ । ଏହା ପରେ ସ୍ୱରାଜ୍ ‘ଲୈଲା ଓ ଲୈଲା’ ଏବଂ ‘ଲଭ୍ ଏକ୍ସପ୍ରେସ୍’ଭଳି ସିନେମାରେ ଅଭିନୟ କରିଛନ୍ତି ।

ସେହିପରି ଶିଶୁ କଳାକାରରୁ ନାୟିକା ବନି ବେଶ୍ ଚର୍ଚ୍ଚାରେ ଅଛନ୍ତି ଶିବାନୀ । ତାଙ୍କୁ ତରଙ୍ଗ ସିନେ ପ୍ରଡକସନ୍ସ ୨୦୧୭ରେ ‘ସିଷ୍ଟର ଶ୍ରୀଦେବୀ’ ସିନେମାରେ ବାବୁସାନଙ୍କ ବିପକ୍ଷରେ ନାୟିକା ଭାବେ ବ୍ରେକ୍ ମିଳିଥିଲା । ୨୦୧୮ରେ ଦର୍ଶକ ଅନୁଭବଙ୍କ ବିପକ୍ଷରେ ‘ପ୍ରେମ କୁମାର’ରେ ତାଙ୍କୁ ଦେଖିବାକୁ ପାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More