Only for Entertainment

ପ୍ରଥମଥର ପାଇଁ ରୂପେଲି ପରଦାରେ ଦେଖିବାକୁ ମିଳିବ ସ୍ୱରାଜ-ଶିବାନୀଙ୍କ ଯୋଡି ।

facebook
56

ଓଲିଉଡରେ ନାୟକ ଭାବେ ସ୍ୱରାଜ ବେଶ ଲୋକପ୍ରିୟତା ହାସଲ କରିସାରିଲେଣି । ସେ ଶିଶୁ କଳାକାର ଭାବେ ଓଲିଉଡରେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହା ପରେ ସେ ୨୦୧୭ରେ ରିଲିଜ ହୋଇଥିବା ଫିଲ୍ମ ‘ତୁ ମୋ ଲଭ ଷ୍ଟୋରୀ’ରେ ହିରୋ ଭାବେ ଓଲିଉଡ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ନାୟିକା ଭୂମିକା ନିଭାଇଥିଲେ ନବାଗତା ଭୂମିକା । ଯିଏ ବି ଶିଶୁ କଳାକାରରୁ ହିରୋଇନ ବନିଥିଲେ ।

ଏହାପରେ ସ୍ୱରାଜ ‘ଲୈଲା ଓ ଲୈଲା’ ଏବଂ ‘ଲଭ ଏକ୍ସପ୍ରେସ’ ଭଳି ସିନେମାରେ ଅଭିନୟ କରିଛନ୍ତି । ଠିକ ସେହିପରି ଶିଶୁ କଳାକାରରୁ ନାୟିକା ବନି ବେଶ ଚର୍ଚ୍ଚାରେ ଅଛନ୍ତି ଶିବାନୀ । ୨୦୧୭ରେ ‘ସିଷ୍ଟର ଶ୍ରୀଦେବୀ’ ସିନେମାରେ ବାବୁସାନଙ୍କ ବିପକ୍ଷରେ ନାୟିକା ଭାବେ ଡେବ୍ୟୁ କରିଥିଲେ । ୨୦୧୮ରେ ଶିବାନୀଙ୍କୁ ଦର୍ଶକ ଅନୁଭବଙ୍କ ବିପକ୍ଷରେ ‘ପ୍ରେମ କୁମାର’ ଦେଖିବାକୁ ପାଇଛନ୍ତି ।

dil

ସ୍ୱରାଜ ଓ ଶିବାନୀ ଏବେ ଏକାଠି ଆସୁଛନ୍ତି । ହଁ, ସ୍ୱରାଜ- ଶିବାନୀଙ୍କ ଯୋଡ଼ିକୁ ନେଇ ଯେଉଁ ଓଡ଼ିଆ ସିନେମା ନିର୍ମିତ ହେଉଛି, ତାହାର ଟାଇଟଲ ରହିଛି ‘ଦିଲ ମୋର ମାନେନା’ । ଏହା ଏକ ଟିନ ଏଜ ଲଭ ଷ୍ଟୋରୀ ବୋଲି କୁହାଯାଉଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଛନ୍ତି ବରିଷ୍ଠ ନିର୍ଦ୍ଦେଶକ ହିମାଂଶୁ ପରିଜା (ଚଣ୍ଡୀ) । ରାଜେଶ ବବଲିନ ଏହି ସିନେମାର ପ୍ରଯୋଜନା କରୁଛନ୍ତି । ଏଯାଏଁ ସ୍ୱରାଜ କେବଳ ନାୟିକା ବନିଥିବା ଭୂମିକା ଓ ସନମୀରାଙ୍କ ସହିତ କାମ କରିଛନ୍ତି । ଏବେ ଦେଖାଯାଉ ଶିବାନୀଙ୍କ ସହ ତାଙ୍କର ଯୋଡି ଜମୁଛି କି ନା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More