Only for Entertainment

ଏହି ଶିବସେନା ନେତା ଭାରତରେ ନେଟଫ୍ଲିକ୍ସ ବ୍ୟାନ କରିବା ପାଇଁ କଲେ ଦାବି !

22

ନେଟଫ୍ଲିକ୍ସ ଇଣ୍ଡିଆରେ ଆସୁଥିବା ସିରିଜକୁ ଯୁବାଙ୍କ ମଧ୍ୟରେ କ୍ରେଜ ଦେଖିବାକୁ ମିଳୁଛି । ନିକଟରେ ଶିବସେନା ନେତା ରମେଶ ସୋଲାଙ୍କୀ ନେଟଫ୍ଲିକ୍ସ ଇଣ୍ଡିଆରୁ ବ୍ୟାନ କରିବା ପାଇଁ ଦାବି କରିଛନ୍ତି । ଏହାସହ ସେ ନେଟଫ୍ଲିକ୍ସ ଇଣ୍ଡିଆ ବିରୁଦ୍ଧରେ ହିନ୍ଦୁ ଧର୍ମ ଭାବନାକୁ ଆଘାତ ପହଂଚାଇଥିବା ପାଇଁ ଅଭିଯୋଗ ଦାୟର କରିଛନ୍ତି । ଏହା ନିଜେ ରମେଶ ସୋଲାଙ୍କୀ ନିଜ ଟ୍ୱିଟର ଅକାଉଂଟରେ ଟ୍ୱିଟ କରିଛନ୍ତି । ରମେଶ ସୋଲାଙ୍କୀ ଟ୍ୱିଟରେ ଲେଖିଛନ୍ତି ଯେ ହିନ୍ଦୁମାନେ କୌଣସି ଡୋରମେଟ ନୁହଁନ୍ତି । ନେଟଫ୍ଲିକ୍ସ ଇଣ୍ଡିଆକୁ ନେଇ ତାଙ୍କର ଟ୍ୱିଟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଏଠାରେ ଆମେ କହି ରଖୁଛୁ ଯେ ପ୍ରଥମେ ବିଜେପି ନେତା ମନଜିନ୍ଦର ସିଂ ସିରସା ଏବଯ ତେଜିନ୍ଦରପାଲ ସିଂ ବଗ୍ଗା ମଧ୍ୟ ଅନୁରାଗ କଶ୍ୟପଙ୍କ ଉପରେ ସେକ୍ରେଡ ଗେମ୍ସ ଜରିଆରେ ହିନ୍ଦୁ ଏବଂ ଶିଖଙ୍କ ଭାବନା ଉପରେ ଆଘାତ ଲାଗିଥିବା ଆରୋପ କରିଥିଲେ । ଏହି ମାମଲାକୁ ନେଇ ତେଜିନ୍ଦରପାଲ ସିଂ ବଗ୍ଗା ଅନୁରାଗ କଶ୍ୟପଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More