Only for Entertainment

ତନୁଶ୍ରୀ-ନାନା ବିବାଦକୁ ନେଇ ଆଶ୍ଚର୍ଯ୍ୟକର ବୟାନ ଦେଲେ ଶକ୍ତି କପୁର

Indulge-The New Indian Express
38

ତନୁଶ୍ରୀ ଦତ୍ତଏବଂ ନାନା ପାଟେକରଙ୍କ ବିବାଦ ଏବେ ଖୁବ ଚର୍ଚ୍ଚାରେ । କିଛି ଦିନ ହେବ ଦୁଇ ଜଣଙ୍କ ତରଫରୁ ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳୁଛି । ନିକଟରେ ଶକ୍ତି କପୁର ମଧ୍ୟ ଆଶ୍ଚର୍ଯ୍ୟ କରିଦେବା ଭଳି କଥା କହିଛନ୍ତି ।

ପୂର୍ବରୁ ବଲିଉଡ୍‌ର ଅନେକ କଳାକାର ଏହି ବିବାଦ ଉପରେ ନିଜର ମତ ରଖିଥିବା ବେଳେ ଏବେ ବଲିଉଡ୍‌ର ବ୍ୟାଡ୍‌ମ୍ୟାନ୍‌ ଶକ୍ତି କପୁର ଏ ନେଇ ନିଜର ମତ ରଖିଛନ୍ତି । ଗତ କାଲି ତାଙ୍କୁ ଏହି ବିବାଦ ଉପରେ ମତ ମଗା ଯାଇଥିବା ବେଳେ, “ମୁଁ କାଲି ଆମେରିକାରୁ ଆସିଛି । ହୋଇଥିବା ବିବାଦ ବିଷୟରେ ମୋତେ କିଛି ବି ଜଣା ନାହିଁ । କିଛି ନ ଜାଣି ମତ ରଖିବା ଠିକ୍‌ ନୁହଁ” ବୋଲି କହିଥିଲେ ଶକ୍ତି କପୁର । ଏହା ପରେ ଜଣେ ସାମ୍ବାଦିକ ତାଙ୍କୁ ପୂରା ଘଟଣା ବିଷୟରେ ଜଣାଇଥିଲେ । ସବୁ ଜାଣିବା ପରେ “ମୁଁ ଜାଣି ନାହିଁ ୧୦ବର୍ଷ ପୂର୍ବେ କ’ଣ ଘଟିଥିଲା । ସେ ସମୟରେ ମୁଁ ଛୁଆ ଥିଲି” ବୋଲି ଆଶ୍ଚର୍ଯ୍ୟ କଲା ଭଳି ବୟାନ ରଖିଥିଲେ ଶକ୍ତି କପୁର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More