Only for Entertainment

ସଡ଼କ ଦୁର୍ଘଟଣାରେ ‘ଶଶୁରାଲ ସିମର କା’ର ଏହି ଶିଶୁ କଳାକାରଙ୍କ ମୃତ୍ୟୁ

Hindi News - इंडिया टीवी हिंदी - India TV
70

୧୪ ବର୍ଷୀୟ ଶିଶୁ କଳାକାର ଶିବଲେଖ ସିଂ’ଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଗୁରୁବାରକୁ ଛତିଶଗଡ଼ରୁ ରାୟପୁର ଯାଉଥିବା ସମୟରେ ରାସ୍ତାରେ ତାଙ୍କ କାର ସହିତ ଏକ ଟ୍ରକ୍ ର ଧକ୍କା ହେଲା ଏବଂ ଯାହାପରେ ଏହି ଦୁଃଖଦ ଦୁର୍ଘଟଣା ଘଟିଗଲା । କାର ମଧ୍ୟରେ ଶିବଲେଖଙ୍କ ସହିତ ତାଙ୍କ ବାପା ଓ ମାଆଙ୍କ ସମେତ ଜଣେ ତୃତୀୟ ବ୍ୟକ୍ତି ମଧ୍ୟ ଥିଲେ । ତିନିଜଣଙ୍କୁ ଗମ୍ଭୀର ଆଘାତ ଲାଗିଛି ।

ରାୟପୁରର ପୋଲିସ ଅଧ୍ୟକ୍ଷ ଆରିଫ ଶେଖ ଏହି ଘଟଣା ବିଷୟରେ ଜଣାଇଛନ୍ତି । ପୋଲିସର କହିବା ମୁତାବକ ଏହି ଦୁର୍ଘଟଣା ଗୁରୁବାର ଦ୍ୱିପ୍ରହର ୩ଟାରେ ଧାରସିବା ଅଂଚଳରେ ହୋଇଛି । ଶିବଲେଖଙ୍କ ମା’ଙ୍କ ଅବସ୍ଥା ଅଧିକ ଗୁରୁତର ରହିଛି ।

ସୂଚନା ମୁତାବକ ଦୁର୍ଘଟଣା ପରେ ଟ୍ରକ ଛାଡ଼ି ଦେଇ ଡ୍ରାଇଭର ଫେରାର ହୋଇଯାଇଛି । ଶିବଲେଖଙ୍କ ପରିବାର ସଦସ୍ୟଙ୍କ କହିବା ଅନୁସାରେ ମିଡିଆକୁ ଇଂଟରଭ୍ୟୁ ଦେବା ପାଇଁ ଶିବଲେଖ ରାୟପୁର ଯାଉଥିଲେ । କହିରଖୁଛୁ ଶିବଲେଖ ଏକାଧିକ ହିନ୍ଦୀ ଧାରାବାହିକରେ କାମ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More