Only for Entertainment

ଜଣେ ବନ୍ଧୁଙ୍କ ମଜାକ ଅନ୍ୟ ଉପରେ ପଡିଲା ଭାରି, ମରଣ ମୁହଁରୁ ବଞ୍ଚିଲେ ମହିଳା, ଦେଖନ୍ତୁ

you tube
0 54

ଦୁର୍ଘଟଣା କେତେବେଳେ ବି ହୋଇପାରେ । କିନ୍ତୁ ଯଦି କୌଣସି ଦୁର୍ଘଟଣାରେ ବ୍ୟକ୍ତି ମୃତ୍ୟୁ ମୁଖରୁ ବଞ୍ଚି ଆସେ ତେବେ ଏହା ମନ ଭିତରେ ଘର କରି ରହିଯାଏ । କେବେକେବେ ମଜାକ ଜୀବନ ଉପରେ ଭାରି ପଡିଯାଏ । ଏହାର ଏକ ଉଦାହରଣ ପୋଲାଣ୍ଡରେ ଦେଖିବାକୁ ମିଳିଛି । ଜଣେ ବନ୍ଧୁର ମଜାକ ଅନ୍ୟ ଉପରେ କିପରି ଭାରି ପଡିଛି ତାହା ଏକ ଭିଡିଓରେ ଦେଖିବାକୁ ମିଳିଛି । ଏହି ଭିଡିଓକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓ ଫୁଟେଜକୁ ପୋଲିସ ଜାରି କରିଛନ୍ତି ।

ଭିଡିଓରେ ଦେଖିବାକୁ ମିଳିଛି ଯେ ଦୁଇ ବନ୍ଧୁ ସଡକରେ ଯିବା ବେଳେ ଜଣେ ଅନ୍ୟ ଜଣଙ୍କୁ ଧକ୍କା ଦେଇଥାଏ । ଧକ୍କା ଦେବା ଫଳରେ ଝିଅଟି ସଡକରେ ପଡିଯାଏ ଏବଂ ଏହି ସମୟରେ ଏକ ବସ ସେଠାରେ ପାସ କରିଥାଏ । ଝିଅଟିର ମୁଣ୍ଡ ବସର ପଛ ଚକ ଠାରୁ କିଛି ଦୂରରେ ଥିବା ଦେଖିବାକୁ ମିଳିଛି । ଏଥିରୁ ସ୍ପଷ୍ଟ ହେଉଛି ଯେ ଯଦି ଆଉ ଟିକେ ଦୂରରେ ସେ ପଡିଥାନ୍ତେ ତେବେ ଝିଅଟିର ମୁଣ୍ଡରେ ବସ ଚଢିଯାଇଥାନ୍ତା । ଭିଡିଓକୁ ଦେଖିବା ପରେ ଜଣା ପଡୁଛି ଯେ ବନ୍ଧୁ ଜଣଙ୍କ ଜାଣିଶୁଣି ତାଙ୍କୁ ଧକ୍କା ଦେଇନଥିଲେ । ଝିଅଟି ଉଠିବା ପରେ ବନ୍ଧୁ ଜଣଙ୍କ ତାଙ୍କୁ ସାଙ୍ଗେ ସାଙ୍ଗେ ଆଲିଙ୍ଗନ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More