Only for Entertainment

ଏହି ଫଟୋ ଦେଖି ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କୁ ଘୃଣା କରୁଛି ଦୁନିଆ !

34

Karen Catbird ଏକ ଫଟୋ ଫେସବୁକରେ ଶେୟାର କରିଛନ୍ତି । ଏହି ଫଟୋରେ କେବଳ ଏବଂ କେବଳ ଆମେରିକାର ପୋଲାଣ୍ଡ ସହରର ନାହିଁ । ଏହି ଫଟୋରେ ଆମର ଭୁଲ ରହିଛି । ଯାହା ସାମ୍ନାକୁ ଆସିଛି । ଧୂଆଁ ଉଡାଇ, ସିଗାରେଟ ଫୁଙ୍କି. . ଶେଷ ହୋଇଛି ଏବଂ ଏହା ପରେ ଏହାକୁ ତଳେ ପକାଇ ଦିଆଯାଇଛି । କେବେ ଭାବିଛନ୍ତି ସଡକରେ ପଡିଥିବା ବଟ୍ସ କଣ ହୋଇଥାଏ । ଫଟୋରେ ଏକ ପକ୍ଷୀର ଛୁଆ ଥଂଟରେ ସିଗାରେଟ ବଟକୁ ଧରିଛି । ସେ ଏହାକୁ ଚୋବାଇବାରେ ଲାଗିଛି । ଯାହା ତା’ର ମା’ ତାକୁ ଦେଇଛି, କାରଣ ସେ ମଧ୍ୟ ବୁଝି ପାରିନାହିଁ ଏହା କ’ଣ ଅଟେ । ଫଟୋରେ କ୍ୟାପଶନ ରହିଛି If you smoke, please don’t leave your butts behind , ଯଦି ତମେ ଧୂମ୍ରପାନ କରୁଛ ତେବେ ଏହାର ବଟ୍ସକୁ ଏଣେତେଣେ ଫିଙ୍ଗନ୍ତୁ ନାହିଁ ।


ସେ ତିନୋଟି ଫଟୋ ଶେୟାର କରିଛନ୍ତି ଏବଂ ଏଥିରେ ହଜାର ହଜାର କମେଂଟ ଏବେ ଦେଖିବାକୁ ମିଳିଛି । କିଛି ଏହାର ଖରାପ କହୁଛନ୍ତି ତ କିଛି ଏହାକୁ ସମ୍ପୂର୍ଣ୍ଣ ଖରାପ କହୁଛନ୍ତି । ଲୋକଙ୍କ କହିବା ମୁତାବକ ମଣିଷଙ୍କ ଏପରି କାମ ପାଇଁ ପକ୍ଷୀ ମାନେ କାହିଁକି ଏଭଳି ଭୋଗିବେ । ସେହିଭଳି ପ୍ଲାଷ୍ଟିକର ବ୍ୟବହାରକୁ ମଧ୍ୟ ବର୍ଜନ କରିବା ଆବଶ୍ୟକ । ଏହା ଏକ ଫଟୋ ସାମ୍ନାକୁ ଆସିଛି , ଏହିଭଳି ଅନେକ ଘଟଣା ଘଟୁଛି । କିନ୍ତୁ ଏହି କାରଣରୁ ଅନେକ ପଶୁପକ୍ଷୀଙ୍କ ଜୀବନ ମଧ୍ୟ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More