ନିକଟରେ ପ୍ରିୟଙ୍କା ଚୋପ୍ରା ହଲିଉଡ ଫିଲ୍ମ କାଉଁବଏ ନିଂଜା ବାଇକିଙ୍ଗ ସାଇନ କରିଥିଲେ । ଏଥିରେ ସେ ଜଣାଶୁଣା ହଲିଉଡ ଆକ୍ଟର କ୍ରିସ ପ୍ରେଟଙ୍କ ସହିତ ନଜର ଆସିବେ । ପ୍ରିୟଙ୍କାଙ୍କ ଭାରତ ଛାଡ଼ିବାର କାରଣ ଏହି ହଲିଉଡ ଫିଲ୍ମ ବୋଲି କୁହାଯାଉଛି । କିନ୍ତୁ ଅଭିନେତ୍ରୀଙ୍କ ପାଇଁ ଏହି ଫିଲ୍ମକୁ ନେଇ ଏକ ଖରାପ ଖବର ଆସିଛି ।
ଖବର ଅନୁସାରେ ପ୍ରିୟଙ୍କାଙ୍କ ଏହି ଫିଲ୍ମ ଲମ୍ବା ସମୟ ପାଇଁ ପୋଷ୍ଟପୋନ ହୋଇଯାଇଛି । ପ୍ରଡ୍ୟୁସର୍ସ ରିଲିଜ କ୍ୟାଲେଣ୍ଡରରୁ ଫିଲ୍ମର ନାମ ହଟାଇ ଦେଇଛନ୍ତି । କେତେକ ରିପୋର୍ଟରେ କୁହାଯାଇଛିଯେ ଯେବେ ମଧ୍ୟ ଫିଲ୍ମର ସୁଟିଂ ଆରମ୍ଭ ହେବ ପ୍ରିୟଙ୍କା ହିଁ ହେବେ ପ୍ରଯୋଜକଙ୍କର ପ୍ରଥମ ପସନ୍ଦ । ଏହି ଫିଲ୍ମ ୨୮ ଜୁନ ୨୦୧୯କୁ ରିଲିଜ ହେବାର ଥିଲା ।
ପ୍ରିୟଙ୍କାଙ୍କ ହାତରେ ଏବେ ତିନି ତିନିଟି ଫିଲ୍ମ ଥିଲା । ହଲିଉଡ ଫିଲ୍ମ ପୋଷ୍ଟପୋନ ହୋଇଯାଇଛି,ଭାରତ ସେ ଛାଡ଼ି ଦେଇଛନ୍ତି ଏବଂ ସ୍କାଇ ଇଜ ପିଙ୍ଗର ସୁଟିଂ ସେ ଆରମ୍ଭ କରି ସାରିଛନ୍ତି ।