Only for Entertainment

ଜାପାନରେ ମହିଳାଙ୍କୁ କର୍ମସ୍ଥଳୀରେ ଚଷମା ପିନ୍ଧିବା ମନା, କିନ୍ତୁ କାହିଁକି ?

32

ଜାପାନରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି ।କିଛି ଦିନ ତଳେ ଅନେକ କମ୍ପାନୀ ମହିଳାଙ୍କୁ ୱାର୍କପ୍ଲେସରେ ଚଷମା ପିନ୍ଧିବାକୁ ରୋକ ଲଗାଯାଇଛି । କିନ୍ତୁ କାହିଁକି ?

ମହିଳାଙ୍କୁ ଅଫିସରେ ଚଷମା ପିନ୍ଧିବାକୁ ମନା କରିବା ସହ ରିସେପସନିଷ୍ଟଙ୍କୁ ମଧ୍ୟ ମନା । କିନ୍ତୁ ପୁରୁଷଙ୍କ ସହ ଏଭଳି କିଛି ହୋଇନାହିଁ । ସେହିଭଳି କିଛି ଏୟାରଲାଇନ୍ସରେ ମଧ୍ୟ ମହିଳା କର୍ମଚାରୀଙ୍କୁ ଚଷମା ଲଗାଇବା ପାଇଁ ମନା କରାଯାଇଛି । ଏପରିକି କିଛି ରୋସ୍ତୋରାଁରେ ମଧ୍ୟ ମହିଳାଙ୍କୁ ଚଷମା ମନା ।

ବେସରକାରୀ କମ୍ପାନୀ ଏଭଳି କରିବା ପଛର କାରଣ ହେଉଛି ମହିଳାଙ୍କ ସୁନ୍ଦରତା ଉପରେ ପ୍ରଭାବ । ଅନ୍ୟ କର୍ମଚାରୀଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ, ଯେଉଁକାରଣରୁ ତାଙ୍କର ବ୍ୟବସାୟ ଉପରେ ପ୍ରଭାବ ପଡିଥାଏ ।

ସେହିପରି ଜାପାନର କିଛି କମ୍ପାନୀରେ ମହିଳାମାନେ ମେକଅପ ନେବା ଜରୁରୀ ବୋଲି କୁହାଯାଇଛି ।

କେବଳ ସେତିକି ନୁହେଁ, କମ୍ପାନୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଯେ ମହିଳାମାନେ ନିଜ ଓଜନକୁ କମ୍ ରଖିବା ଉଚିତ, ଯେଉଁକାରଣରୁ ସେମାନେ ସୁନ୍ଦର ଦିଶିବ ।

ସୋସିଆଲ ମିଡିଆରେ କମ୍ପାନୀରେ ଏହି ନିୟମକୁ ନେଇ ଅନେକ ମହିଳା ବିରୋଧ କରିଛନ୍ତି । #glassesareforbidden ଟ୍ରେଣ୍ଡ କରୁଛି ଟ୍ୱିଟରରେ । ଏହି ହ୍ୟାଶଟ୍ୟାଗ ସହ ମହିଳାମାନେ ନିଜ ନିଜର ଚଷମା ପିନ୍ଧା ଫଟୋ ଶେୟାର କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More