Only for Entertainment

ଟ୍ୱିଟରରେ ଆକ୍ଟର ବିଜୟଙ୍କୁ ନେଇ ମିଛ ମୃତ୍ୟୁ ଖବର, ହେଟର୍ସଙ୍କ ଉପରେ ରାଗିଗଲେ ଫ୍ୟାନ୍ସ

aajtak
46

ଅଧିକାଂଶ ବ୍ୟକ୍ତି ସୋସିଆଲ ମିଡିଆକୁ ସକରାତ୍ମକ ଭାବରେ ବ୍ୟବହାର କରୁଥିବା ବେଳେ କେହି କେହି ଏହାର ଲାଭ ଉଠାଇ ନକରାତ୍ମକ ପରିସ୍ଥିତି ସୃଷ୍ଟି କରୁଛନ୍ତି । କେତେକ ଥର ଆକ୍ଟର ମାନଙ୍କୁ ନେଇ ମିଛ ମୃତ୍ୟୁ ଖବର ଖେଳାଯାଉଛି । ଓଡ଼ିଶାରେ ଓଲିଉଡର ପ୍ରସିଦ୍ଧ ତାରକା ଜୟୀରାମ ସାମଲଙ୍କୁ ନେଇ ମଧ୍ୟ ସେହିଭଳି କିଛି ଘଟଣା ଦେଖିବାକୁ ମିଳିଥିଲା । ନିକଟରେ ଟଲିଉଡ ତାରକା ବିଜୟଙ୍କୁ ନେଇ ସେହିଭଳି ଏକ ଉଡ଼ା ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ବିଜୟଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ।

 

 

 

ଆକ୍ଟରଙ୍କୁ ନେଇ ଏଭଳି ମିଛ ଖବର ଏତେ ମାତ୍ରାରେ ଖେଳିଗଲାଯେ ପ୍ରଶଂସକଙ୍କୁ ଖୁବ କଷ୍ଟ ହେଲା । ବିଜୟ ସାଉଥ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଆକ୍ଟର । ଗତ କିଛି ବର୍ଷ ମଧ୍ୟରେ ସେ ବେଶ୍ ସଫଳତା ହାସଲ କରିଛନ୍ତି । ପ୍ରଥମେ ତ ଏହି ଘଟଣା ବିଷୟରେ ଶୁଣିବା ପରେ ଫ୍ୟାନ୍ସ ଅବାକ୍ ହୋଇ ଯାଇଥିଲେ, କିନ୍ତୁ ପରେ ହେଟର୍ସଙ୍କ ଉପରେ ପ୍ରତିଶୋଧ ନେବା କଥା ଭାବିଥିଲେ । କହିରଖୁଛୁ ବିଜୟ ଖୁବଶୀଘ୍ର ଫିଲ୍ମ ‘ବିଜିଲ’ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More