Only for Entertainment

ସ୍ୱିଗିରୁ ଅର୍ଡର କରିଥିଲେ ଖାଇବା, ପାର୍ସଲରୁ ବାହାରିଲା ରକ୍ତ ଭିଜା ବ୍ୟାଣ୍ଡେଡ !

27

ଆଜିକାଲି ଖାଇବା ଘରକୁ ମଗାଇବା ଖୁବ ସହଜ ହୋଇଗଲାଣି । ଘରେ ବସି ଲୋକ ଛୁଟି ଦିନରେ ହେଉ କିମ୍ବା ବିଜି ସିଡ୍ୟୁଲରେ ହେଉ, ଘରେ ବସି ଖାଇବା ଅର୍ଡର କରି ଦେଉଛନ୍ତି । ଖାଇବା ଅର୍ଡର କରିବା ପାଇଁ ଅନେକ ଗୁଡିଏ ଆପ ଏବେ ଚାରିଆଡେ ପ୍ରଚଳିତ । ଯଦି ଆପଣ ବି ଘରେ ବସି ଖାଇବା ଅର୍ଡର କରୁଛନ୍ତି , ତେବେ ଖାଇବା ପାର୍ସଲକୁ ପ୍ରଥମେ ଯାଂଚ କରି ନିଅନ୍ତି । ନଚେତ ଅସୁବିଧାରେ ପଡି ପାରନ୍ତି ।

ଏଭଳି ଏକ ଅଜବ ଘଟଣା ଏବେ ସାମ୍‌ନାକୁ ଆସିଛି। ଅର୍ଡର କରିଥିବା ଖାଦ୍ୟ ପ୍ୟାକେଟ ଗ୍ରହଣ କରିବା ପରେ ଯାଞ୍ଚ ନକରିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି। ଚେନ୍ନାଇର ଏହି ବ୍ୟକ୍ତି ଜଣକ ସ୍ୱିଗିରୁ ଚିକେନ୍ ସିଜୱାନ୍ ଚପ୍ ସୋଏ ଅର୍ଡର କରିଥିଲେ । କିନ୍ତୁ ଯେତେବେଳେ ସେ ଖାଇବା ଆରମ୍ଭ କଲେ, କିଛି ଖାଇବା ପରେ ପ୍ୟାକେଟରେ ଏକ ଅଜବ ଜିନିଷ ଦେଖିବାକୁ ପାଇଲେ। ଯାହାକି ବ୍ୟବହାର କରାଯାଇଥିବା ବ୍ୟାଣ୍ଡେଜ୍‌ ଥିଲା।

ଅର୍ଡର କରିଥିବା ବ୍ୟକ୍ତିଙ୍କ କହିବାନୁସାରେ, ସେ ଅଧା ଖାଇସାରିବା ପରେ ଖାଦ୍ୟରୁ ତାଙ୍କୁ ବ୍ୟାଣ୍ଡେଡ ଦେଖାଗଲା । ସଂଗେ ସଂଗେ ସେ ଡେଲିଭରି ଆପ୍ ସ୍ୱିଗିକୁ ଟ୍ୟାଗ୍ କରି ପୋଷ୍ଟେ କଲେ ଓ ସେଥିରେ ଲେଖିଲେ, “ମୁଁ ଅଧା ଖାଇସାରିବାପରେ ମତେ ଏହି ବ୍ୟାଣ୍ଡେଜ୍ ମିଳିଲା । ମୁଁ ରେସ୍ତୋରାଁ ସହ ସଂପର୍କ କଲି । କିନ୍ତୁ ସେ ମାମଲାକୁ ଗମ୍ଭୀରତାର ସହ ନେଲେନି । କହିଲେ କି, ସେମାନେ ଏହି ଖାଦ୍ୟ ବଦଳରେ ଅନ୍ୟ ଖାଦ୍ୟ ପଠାଇବେ । କିଏ ଏମିତି ଅସ୍ୱଚ୍ଛ ଖାଦ୍ୟ ଖାଇବ । ମୁଁ ସ୍ୱିଗି ସହ କଥା ହେବାକୁ ମଧ୍ୟ ଚେଷ୍ଟା କଲି । କିନ୍ତୁ ଖାଦ୍ୟ ଡେଲିଭରି କରିବା ପରେ କଲ୍ କରି ସିଧା କଥାବାର୍ତ୍ତା କରିବାର କୌଣସି ବିକଳ୍ପ ନାହିଁ । ତାଙ୍କ ସହ କେବଳ ଚାଟ୍ ରେ କଥା ହୋଇପାରିବେ । କିନ୍ତୁ ସେମାନେ ଚାଟ୍ ରେ ବି ଜବାବ ଦେଲେନି ।”

ତା’ପରେ ବାଲାମୁରୁଗନ୍ ରେସ୍ତୋରାଁ ଓ ସ୍ୱିଗି ଉପରେ ମାମଲା ରୁଜୁ କରିବା ପାଇଁ ଲେଖିଲେ । ସେତେବେଳେ ସ୍ୱିଗି ତାଙ୍କ ପୋଷ୍ଟରେ କମେଂଟ କରି କହିଲା କି, “ଆମେ ଏହି ମାମଲାର କଡା ଯାଂଚ କରିବୁ ଓ ରେସ୍ତୋରାଁ ସହ କଥା ହୋଇ ଏହାର କାରଣ ପଚାରିବୁ ।”

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More