Only for Entertainment

ଖତରୋଁ କେ ଖିଲାଡ଼ୀରେ ଡ୍ରଗ୍ସ ନେଇ ଶୋ’ରୁ ବାହାରିଲେ ବିକାଶ ଗୁପ୍ତା ।

42

ବିଗବସ ୧୧ର ମାଷ୍ଟରମାଇଣ୍ଡ ବିକାଶ ଗୁପ୍ତା ଶୋ ପରଠାରୁ ଚର୍ଚ୍ଚାରେ ଅଛନ୍ତି । କିନ୍ତୁ ଏବେ ଖତରୋଁ କେ ଖିଲାଡ଼ୀରେ ଅଜବ କାର୍ଯ୍ୟକଳାପକୁ ନେଇ ଫ୍ୟାନ୍ସଙ୍କୁ ନିରାଶ କରିଛନ୍ତି । କେତେକ ଥର ସେ ଶୋ’ର ହୋଷ୍ଟ ରୋହିତ ସେଟ୍ଟୀଙ୍କଠାରୁ ଗାଳି ମଧ୍ୟ ଶୁଣି ସାରିଛନ୍ତି । ତେବେ ଆଗାମୀ ଦିନରେ ବିକାଶଙ୍କୁ ଶୋ’ରୁ ବାହାର କରି ଦିଆଯିବ । କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ବାସ୍ତବରେ ବିକାଶ ଶୋ’ରେ ଡ୍ରଗ୍ସ ନେଉଥିବାରୁ ତାଙ୍କୁ ଶୋ’ରୁ ବାହାର କରି ଦିଆଯିବ ।

ଡ୍ରଗ୍ସ ନେବା କଥାକୁ ନିଜେ କନଫର୍ମ କରିଛନ୍ତି ବିକାଶ । ଖବର ମୁତାବକ ଶୋ ମଧ୍ୟରେ ବିକାଶ ପେନକିଲର ନେଉଥିବା କଥା ରୋହିତ ସେଟ୍ଟୀଙ୍କୁ ଜଣା ପଡ଼ିଯିବ । ଏହାପରେ ସେ ବିକାଶଙ୍କୁ ଗାଳି ଦେବେ ଏବଂ ନିର୍ମାତା ଏହି କଥା ଲୁଚାଉଥିବା କଥା ମଧ୍ୟ କହିବେ ।

ଶୋ’ର ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଯେଉଁଥିରେ ନିର୍ଦ୍ଦେଶକ କହୁଛନ୍ତିଯେ ବିକାଶ ଯେଉଁ କାମ କରିଛନ୍ତି ତାହା ଅନ୍ୟ ପ୍ରତିଯୋଗୀଙ୍କ ପାଇଁ ଖରାପ । ସେ ଏକ ପ୍ରକାର ଇଂଜେକ୍ସନ ନେଉଛନ୍ତି ଯାହା ହାର୍ଟବିଟ ବଢାଇଦିଏ । ଏଭଳି ପରିସ୍ଥିତିରେ ଯଦି କିଛି ହୋଇଯିବ ତେବେ ଶୋ ଉପରକୁ ସମସ୍ୟା ଆସିଯିବ । ତେବେ ସେ ନିୟମ ଉଲଙ୍ଘନ କରିଛନ୍ତି ।

ଏହି ସମୟରେ ବିକାଶ କହୁଛନ୍ତି ଜୈନ ୱାର୍କଆଉଟ ପୂର୍ବରୁ ସବୁବେଳେ ନିଏ । ପରେ ରୋହିତ କହୁଛନ୍ତି କଥା ତୁମ ଏବଂ ମୋ ମଧ୍ୟରେ ହେଉଛି । ଏହି ବିଷୟରେ କଥା ହୁଏ । ଶୋ’କୁ ସମସ୍ୟାରେ ପକାଇ ଦେଇଛ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More