Only for Entertainment

ଏହି ଦିନ ରିଲିଜ ହେବ ‘ଗୁଲାବୋ-ସିତାବୋ’, ପ୍ରଥମଥର ପାଇଁ ପରଦାରେ ଦେଖିବାକୁ ମିଳିବ ଅମିତାଭ ବଚ୍ଚନ ଏବଂ ଆୟୁଷ୍ମାନ ଖୁରାନାଙ୍କ ଯୁଗଳବନ୍ଦୀ

The Indian Express
13

ବଲିଉଡ ମହାନାୟକ ଅମିତାଭ ବଚ୍ଚନ ଏବଂ ଅଭିନେତା ଆୟୁଷ୍ମାନ ଖୁରାନା ଖୁବ ଶୀଘ୍ର ଫିଲ୍ମ ‘ଗୁଲାବୋ-ସିତାବୋ’ରେ ପ୍ରଥମଥର ପାଇଁ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ ସୁଜିତ ସରକାର ।

ପିକୁ , ପିଙ୍କ, ଭିକ୍କି ଡୋନର ଏବଂ ଅକ୍ଟୋବର ପରି ହିଟ ଫିଲ୍ମ ପରେ ନିର୍ଦ୍ଦେଶକ ସୁଜିତ ସରକାର ନିଜର ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି ଫିଲ୍ମର ଘୋଷଣା ମଇ ମାସରେ କରାଯାଇଥିବା ବେଳେ ଏବେ ଫିଲ୍ମର ରିଲିଜ ଡେଟର ଘୋଷଣା ମଧ୍ୟ କରାଯାଇଛି । ଏହି ଫିଲ୍ମ ଆଗାମୀ ବର୍ଷ ୨୪ ଏପ୍ରିଲରେ ରିଲିଜ ହେବ । ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ କରି ଏହି ବିଷୟରେ ସୂଚନା ଦେଇଛନ୍ତି ।

ଏହି ଫିଲ୍ମର କାହାଣୀ ଲେଖିଛନ୍ତି ଜୁହୀ ଚତୁର୍ବେଦୀ । ସେ ଏହା ପୂର୍ବରୁ ସୁଜିତ ସରକାରଙ୍କ ଫିଲ୍ମ ପିକୁ, ଭିକ୍କି ଡୋନର ଏବଂ ଅକ୍ଟୋବରର ମଧ୍ୟ କାହଣୀ ଲେଖିଛନ୍ତି । ତେବେ ଫିଲ୍ମରେ କେଉଁ ଅବିନେତ୍ରୀ ଲିଡ ରୋଲରେ ନଜର ଆସିବେ ତାହା ବିଷୟରେ ଏର୍ଯ୍ୟନ୍ତ ଖୁଲାସା ହୋଇନାହିଁ । ତବେ ପରଦାରେ ଅମିତାଭ ବଚ୍ଚନ ଏବଂ ଆୟୁଷ୍ମାନ ଖୁରାନାଙ୍କୁ ଏକା ସହିତ ଦେଖିବା ପାଇଁ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More