Only for Entertainment

ପୁଣିଥରେ ପରଦାରେ ଏକାଠି ନଜର ଆସିବେ ରୋମାଂଟିକ୍ ଯୋଡି ଦୀପକ ଓ ପିଙ୍କି ପ୍ରିୟଦର୍ଶିନୀ ।

36

ଚାଲିଛି ଆଗାମୀ କମେଡି – ଡ୍ରାମା ଫିଲ୍ମ ଜୋର୍ କା ଝଟକାର ସୁଟିଂ । ରାଜଧାନୀ ଭୁବନେଶ୍ୱରରେ ଚାଲିଛି ଫିଲ୍ମର ସୁଟିଂ । ଲିଡ୍ ଷ୍ଟାର୍ ଦୀପକ ଓ ପିଙ୍କିଙ୍କୁ ନେଇ ଏକ ଡ୍ରାମା ସିକ୍ୱେନ୍ସର ସୁଟିଂ କରୁଛନ୍ତି ପୁରା ଟିମ୍ । ଲାଇଟ୍, କ୍ୟାମେରା, ଟେକ୍ନିସିଆନ୍ ଆଉ ମେକର୍ ଡିରେକ୍ଟର୍ ସଭିଏଁ ସିନେମାର ସୁଟିଂରେ ଅଛନ୍ତି ବ୍ୟସ୍ତ । ସିକ୍ୱେନ୍ସକୁ ଦେଖିଲେ ଲାଗୁଛି ନାୟକ ଦୀପକ ଏକ ସ୍କୁଟର୍ରେ ନାୟିକା ପିଙ୍କିଙ୍କୁ ଡ୍ରପ୍ କରିବାକୁ ଆସୁଛନ୍ତି । ଆଉ ନାୟିକାଙ୍କୁ ଘରେ ଡ୍ରପ୍ କଲା ପରେ ଦୁହିଁଙ୍କ ଭିତରେ ଦେଖିବାକୁ ମିଳିଛି ହାଲ୍କା ଫୁଲ୍କା ରୋମାନ୍ସ । ତେବେ ଏହି ସିକ୍ୱେନ୍ସ ପଛରେ କଣ ରହିଛି କାହାଣୀ, ଚାଲନ୍ତୁ ଜାଣିବା ଦୀପକ ଓ ପିଙ୍କିଙ୍କ ଠାରୁ ।

ଖାଲି ଦୀପକ୍ ଓ ପିଙ୍କି ହିଁ ନୁହଁନ୍ତି, ସୁଟିଂ ସେଟ୍ରେ ନଜର ଆସିଛନ୍ତି କମେଡି ଷ୍ଟାର୍ ହରି । ହରିଙ୍କୁ ବେଶ୍ ୟୁନିକ୍ ଷ୍ଟାଇଲ୍ ଓ ଗେଟ୍ ଅପ୍ରେ ଦେଖିବାକୁ ମିଳିଛି ଏହି ଦୃୃଶ୍ୟରେ । ଆଉ ଏହି ସିକ୍ୱେନ୍ସରେ ନାୟିକା ପିଙ୍କିଙ୍କ ସହ ରୋମାନ୍ସ କରୁଛନ୍ତି ହରି । ସିନେମାର ହରିଙ୍କୁ କମେଡି କରିବାରେ ଦେଖିବାକୁ ମିଳିବ ।

ଏକ୍ସଲ୍ ମୁଭିଜ୍ର ଦ୍ୱାରା ପ୍ରସ୍ତୁତ ହେଉଥିବା ଚଳଚ୍ଚିତ୍ର ‘ଜୋର୍ କା ଝଟକା’ର ଚିତ୍ରନାଟ୍ୟ ସହ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଉଛନ୍ତି ପିନୁ ନାୟକ ଓ ପ୍ରଯୋଜନା କରୁଛନ୍ତି ରବିନ୍ଦ୍ର ପଣ୍ଡା । ଏହି ଅପକମିଂ ସିନେମାରେ ସଙ୍ଗୀତର ଭାର ତୁଲାଇବେ ଅଭିଜୀତ ମଜୁମଦାର୍ ।

ଚଳଚ୍ଚିତ୍ର ଜୋର୍ କା ଝଟକାର ସୁଟିଂ ଜୋର୍ ସୋର୍ରେ ଆଗେଇ ଚାଲିଥିବାବେଳେ, ଖୁବଶୀଘ୍ର ଏହା ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More