Only for Entertainment

ଚୋରଙ୍କ ପାଇଁ ଚାକିରି ବିଜ୍ଞପ୍ତି, ମାସକୁ ନୁହେଁ ପ୍ରତି ଘଣ୍ଟାକୁ ବେତନ ୪୫୦୦ଟଙ୍କା !

HowStuffWorks
25

ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଚାକିରି ସମସ୍ୟା ବି ଦେଖିବାକୁ ମିଳିଛି। ଚାକିରି ମିଳିଲେ ବି ଶିକ୍ଷାଗତ ଯୋଗ୍ୟତା କିମ୍ବା କାମର ଅଭିଜ୍ଞତା ନେଇ ପ୍ରମାଣ ପତ୍ର ଅନିବାର୍ଯ୍ୟ କରାଯାଇଛି। କିନ୍ତୁ ଏବେ ଏମିତି ଲୋକ ବି ଚାକିରି କରିବାର ସୁଯୋଗ ପାଇବେ ଯିଏକି ଚୋରି କରିବା କାମ ଜାଣିଥିବ। ବିଶେଷ କଥା ଟି ହେଉଛି ଏହି ଚାକିରି କରୁଥିବା ବ୍ୟକ୍ତିଙ୍କ ବେତନ ମାସକୁ ନୁହେଁ ବରଂ ଘଣ୍ଟା ହିସାବରେ ମିଳିବ। ଅର୍ଥାତ୍‌ ପ୍ରତି ଘଣ୍ଟାରେ ୪୫୦୦ଟଙ୍କା ମିଳିବ।

ଏହି ଚାକିରି ଇଂଲଣ୍ଡର ଏକ ପୋଷାକ ସୋ’ ରୁମ୍‌ର ମାଲିକାଣୀ ବାହାର କରିଛନ୍ତି। ଏନେଇ ସୂଚନା ସେ ଓ୍ଵାର୍କ ଡଟ୍‌ କମ୍‌ରେ ପୋଷ୍ଟ କରି ଦେଇଛନ୍ତି। ତେବେ ମହିଳା ଏଭଳି ବିଜ୍ଞାପନ ଦେବାର କାରଣ ହେଉଛି ସେ, ନିଜ ଦୋକାନରେ ହେଉଥିବା ଚୋରିକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି। ଚୋରି ଯେପରି ନହେବ ସେନେଇ ସେ କଡ଼ା ସୁରକ୍ଷା ବ୍ୟବସ୍ଥା ଦୋକାନରେ କରିଥିବା ସତ୍ତ୍ୱେ ବି ଚୋରି ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସେ ଚୋରକୁ ପ୍ରଥମେ ଚୋରି କରିବା ପାଇଁ କହିବେ, ତା’ପରେ ତାକୁ ଚୋରିର ଉପାୟ ପଚାରିବେ। ଏହାପରେ ସେହି ସମସ୍ୟାକୁ ସମାଧାନ କରିବେ। ଏପରି କରିବା ଦ୍ୱାରା ସେ ଭବିଷ୍ୟତରେ ଚୋରି ଘଟଣାକୁ ରୋକି ପାରିବେ ବୋଲି କହିଛନ୍ତି। ମହିଳା ଏହି ଜବ ପୋଷ୍ଟ କରିବା ପରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More