Only for Entertainment

ଡେଙ୍ଗୁର ଶିକାର ହେଲେ ଅଭିନେତ୍ରୀ ଶ୍ରଦ୍ଧା କପୁର, ଅଧାରେ ଅଟକିଲା ଫିଲ୍ମର ସୁଟିଂ ।

dainiknepal
37

ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ଏବେ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲଙ୍କ ବାୟୋପିକର ସୁଟିଂ କରୁଛନ୍ତି । ତେବେ ଇତି ମଧ୍ୟରେ ଶ୍ରଦ୍ଧା କପୁରଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ଶ୍ରଦ୍ଧା କପୁରଙ୍କୁ ଡେଙ୍ଗୁ ହୋଇଯାଇଛି । ଏହା ଫଳରେ ଏବେ ସୁଟିଂକୁ ବନ୍ଦ କରିବାକୁ ପଡିଛି । କିଛି ଦିନ ହେବ ଶ୍ରଦ୍ଧା କପୁରଙ୍କ ସ୍ୱାସ୍ଥ ଭଲ ନଥିଲା । ଚେକଅପ ପରେ ତାଙ୍କୁ ଡେଙ୍ଗୁ ହୋଇଛି ବୋଲି ଜଣାପଡିଥିଲା । ସ୍ୱାସ୍ଥ ଭଲ ହେବା ପରେ ସେ ସୁଟିଂ ପୁଣିଥରେ ଆରମ୍ଭ କରିବେ । ଏହି ସମୟ ମଧ୍ୟରେ ନିର୍ଦ୍ଦେଶକ ସାଇନାଙ୍କ ପିଲାଦିନର ଦୃଶ୍ୟକୁ ସୁଟ କରିବେ ବୋଲି ଜଣାପଡିଛି । ସ୍ୱାସ୍ଥ୍ୟରେ ସୁଧାର ହେଉଥିବା ନେଇ ନିକଟରେ ଶ୍ରଦ୍ଧା ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଥିଲେ ।

pic

ଆପଣଙ୍କୁ କହିରଖୁଛୁ ଯେ, କିଛି ଦିନ ପୂର୍ବେ ଫିଲ୍ମରେ ଶ୍ରଦ୍ଧାଙ୍କ ଲୁକକୁ ରିଲିଜ କରାଯାଇଥିଲା । ଫଟୋରେ ଶ୍ରଦ୍ଧା ବ୍ୟାଡମିମ୍ଟନ କୋର୍ଟରେ ନଜର ଆସିଥିଲେ । ଶ୍ରଦ୍ଧାଙ୍କ ଫାଷ୍ଟ ଲୁକ ଦେଖିବା ପରେ ଦର୍ଶକ ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି । ଏହି ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଉଛନ୍ତି ଅମୋଲ ଗୁପ୍ତେ । ଶ୍ରଦ୍ଧା ସାଇନାଙ୍କ ରୋଲରେ ନିଜକୁ ଫିଟ କରିବା ପାଇଁ ଖୁବ ପରିଶ୍ରମ ମଧ୍ୟ କରିଛନ୍ତି ।

ଶ୍ରଦ୍ଧାଙ୍କ ଅନ୍ୟ ଫିଲ୍ମ ବିଷୟରେ କହିବାକୁ ଗଲେ ନିକଟରେ ତାଙ୍କର ଦୁଇଟି ଫିଲ୍ମ ‘ସ୍ତ୍ରୀ’ ଏବଂ ‘ବତ୍ତି ଗୁଲ ମିଟର ଚାଲୁ’ ବକ୍ସ ଅଫିସରେ ରିଲିଜ ହୋଇଛି । ଯାହାକୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More