Only for Entertainment

ସାଇନା ନେହବାଲଙ୍କ ବାୟୋପିକରୁ ବାହାରିଲେ ଶ୍ରଦ୍ଧା, ଏହି ଅଭିନେତ୍ରୀଙ୍କ ପ୍ରବେଶ ।

aajtak
23

ଏବେ ବଲିଉଡରେ ଚଢିଛି ବାୟୋପିକ ନିର୍ମାଣ କରିବାର ନିଶା । ୨୦୧୯ ବାୟୋପିକ ଫିଲ୍ମରେ ଭରପୂର । ଏହି ବର୍ଷ କପିଲ ଦେବଙ୍କ ପରେ ଆଧାରତ ଫିଲ୍ମ ଉପରେ କାମ ଚାଲିଛି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଂବ ରାକେଶ ଶର୍ମାଙ୍କ ବାୟୋପିକ ଉପରେ ମଧ୍ୟ ଫିଲ୍ମ ନିର୍ମାଣ କରାଯାଉଛି । ଏହି ଲିଷ୍ଟରେ ବ୍ୟାଟମିଂଟନ ଖେଳାଳୀ ସାଇନା ନେହବାଲଙ୍କ ନାମ ମଧ୍ୟ ଯୋଡ଼ି ହୋଇ ସାରିଛି । ଫିଲ୍ମର କାଷ୍ଟ ଉପରେ ଦୀର୍ଘ ସମୟ ଧରି ବିଚାର ଚାଲୁଛି । ପ୍ରଥମ ଖବର ଥିଲାଯେ ଶ୍ରଦ୍ଧା ଏହି ଫିଲ୍ମରେ ସାଇନାଙ୍କ ଚରିତ୍ରରେ ନଜର ଆସିବେ । କିନ୍ତୁ ବର୍ତ୍ତମାନର ଖବର ଅନୁସାରେ ଶ୍ରଦ୍ଧା ନୁହେଁ ବରଂ ପରିଣୀତି ଚୋପ୍ରା ଏହି ଚରିତ୍ରରେ ନଜର ଆସିବେ ।

ମୁମ୍ବାଇ ମିରର ରିପୋର୍ଟ ଅନୁସାରେ ଅନ୍ୟ ଫିଲ୍ମରେ ବ୍ୟସ୍ତତା ହେତୁ ଶ୍ରଦ୍ଧା ଏହି ଫିଲ୍ମ କରିବାକୁ ମନା କରି ଦେଇଛନ୍ତି । ତାଙ୍କ ନିକଟରେ ଏକାଧିକ ଫିଲ୍ମ ଅଛି । ନିକଟରେ ସେ ଛିଛୋରେ ଫିଲ୍ମରେ ବ୍ୟସ୍ତ ଅଛନ୍ତି । ଏହା ସହିତ ଷ୍ଟ୍ରିଟ ଡ୍ୟାନ୍ସରର ମଧ୍ୟ ସୁଟିଂ ଆରମ୍ଭ ହୋଇ ସାରିଲାଣି । ଏହା ବ୍ୟତୀତ ପଭାସଙ୍କ ସହିତ ଫିଲ୍ମ ସାହୋ ମଧ୍ୟ ରିଲିଜ ଅପେକ୍ଷାରେ । ତେଣୁ ସେ ସାଇନାଙ୍କ ବାୟୋପିକ ଫିଲ୍ମ ପାଇଁ ସମୟ ବାହାର କରିପାରୁ ନାହାଁନ୍ତି ।

ଖବର ମୁତାବକ ପରିଣୀତିଙ୍କୁ କାଷ୍ଟ ଭାବରେ ନିଆଯାଇଛି । ତେଣୁ ସେ ଏଥିପାଇଁ ପ୍ରଶିକ୍ଷଣ ମଧ୍ୟ ଆରମ୍ଭ କରି ସାରିଲେଣି । ତେବେ ଫିଲ୍ମର ସୁଟିଂ ୨୦୧୯ରେ ଶେଷ ହୋଇ ୨୦୨୦ରେ ରିଲିଜ ହେବା ପାଇଁ ଚେଷ୍ଟା କରିବା କଥା କହିଛନ୍ତି ଫିଲ୍ମର ପ୍ରଯୋଜକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More