Only for Entertainment

ସାଇନା ନେହୱାଲଙ୍କ ବାୟୋପିକରେ ଏହି ପ୍ରସିଦ୍ଧ ଖେଳାଳିଙ୍କ ସହିତ ରୋମାନ୍ସ କରିବେ ଶ୍ରଦ୍ଧା କପୁର ।

Bollywoodlife
26

ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲଙ୍କ ବାୟୋପିକ ଫିଲ୍ମର ସୁଟିଂରେ ଶ୍ରଦ୍ଧା ଏବେ ଖୁବ ବ୍ୟସ୍ତ । ଫିଲ୍ମରେ ସେ ସାଇନାଙ୍କ ଭୂମିକାରେ ନଜର ଆସିବେ । ଫିଲ୍ମର ସୁଟିଂ ଚଳିତ ବର୍ଷ ୨୨ ସେପ୍ଟେମ୍ବରରେ ଆରମ୍ଭ ହୋଇଥିଲା ଏହା ପରେ ମେକର୍ସ ଫିଲ୍ମରେ ଶ୍ରଦ୍ଧାଙ୍କ ଫାଷ୍ଟ ଲୁକ ଜାରି କରିଥିଲେ ଯାହାକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଏବେ ଫିଲ୍ମକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ସାଇନା ନେହୱାଲଙ୍କ ଭୂମିକାରେ ନଜର ଆସିବାକୁ ଥିବା ଶ୍ରଦ୍ଧା କପୁର ଫିଲ୍ମରେ ବ୍ୟାଡମିଣ୍ଟନ ପ୍ଲେୟାର ତଥା ମ୍ୟୁଜିସିଆନ ଇଶାନ ନକବୀଙ୍କ ସହିତ ରୋମାନ୍ସ କରିବାର ନଜର ଆସିବେ ।

କିଛି ଦିନ ପୂର୍ବେ ଶ୍ରଦ୍ଧା କପୁର ଏବଂ ଇଶାନ ନକବୀଙ୍କ ସହିତ ବ୍ୟଡମିଣ୍ଟନ ଟ୍ରେନିଂ ନେଉଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ସେତେବେଳେ ଏହି ଖବର ପକ୍କା ହୋଇନଥିଲା ଯେ ସେ ଫିଲ୍ମରେ ନଜର ଆସିବେ କି ନାହିଁ । ମୁମ୍ବାଇ ମିରର ଅନୁସାରେ ଫିଲ୍ମରେ ଶ୍ରଦ୍ଧା ଇଶାନଙ୍କ ସହିତ ରୋମାନ୍ସ କରୁଥିବାର ନଜର ଆସିବେ । ଫିଲ୍ମରେ ଶ୍ରଦ୍ଧା-ଇଶାନ ଏକ ଗୀତରେ ନଜର ଆସିବେ । ଦୁହେଁ ଏହି ଗୀତର ସୁଟିଂ ମଧ୍ୟ ଆରମ୍ଭ ହୋଇସାରିଛି । ଏହି ଗୀତକୁ ବିଜୟ ଗାଙ୍ଗୁଲୀ କେରିଓଗ୍ରାଫ କରିବେ ।


କହିରଖୁଛୁ ଯେ, ଫିଲ୍ମର ସୁଟିଂ ସମୟରେ ଶ୍ରଦ୍ଧାଙ୍କୁ ଡେଙ୍ଗୁ ହୋଇଯାଇଥିଲା ଯାହା ଫଳରେ ସୁଟିଂକୁ ବନ୍ଦ କରିବାକୁ ପଡିଥିଲା । ଏବେ ଶ୍ରଦ୍ଧା ସୁସ୍ଥ ହୋଇ ପୁଣିଥରେ ସୁଟିଂ ଆରମ୍ଭ କରିଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More