Only for Entertainment

ଭିଡ଼ିଓ: ଏକ ଭ୍ରମ-ସର୍ବ ଗୁଣ ସମ୍ପନ୍ନର ଜାହ୍ନବୀ ଆରମ୍ଭ କଲେ ଆଖରି ସାସ ନାମକ ଏକ ଅଭିଯାନ ।

bollywood tadka
27

ଷ୍ଟାରପ୍ଲସରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଥିବା ମିଷ୍ଟ୍ରିୟସ ମେଗା ଧାରାବାହିକ ଏକ ଭ୍ରମ-ସର୍ବ ଗୁଣ ସମ୍ପନ୍ନରେ ଆଦର୍ଶ ବୋହୁ ଜାହ୍ନବୀ ମିତଲଙ୍କ ଚରିତ୍ରରେ ନଜର ଆସିବାକୁ ଥିବା ଶ୍ରେନୁ ପରୀଖ ସୋସିଆଲ ମିଡିଆରେ ଆଖରୀ ସାସ ନାମକ ଏକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନରେ ଶୋ’ର ନାୟିକା ଜାହ୍ନବୀ ଇଂଷ୍ଟାଗ୍ରାମ ଏବଂ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ କିଭଳି ଶାଶୁକୁ ସମସ୍ୟାରେ ପକାଯିବ ତାହା ଉପରେ ଆଇଡିଆ ନେଉଛନ୍ତି । ଏହା ଶାଶୁ ବୋହୁର ମିଠା ସଂପର୍କ ପରିବର୍ତ୍ତେ ନେଗେଟିଭ ସଂପର୍କକୁ ଇଶାରା କରୁଛି ।

 

View this post on Instagram

 

Guys lets have some fun and get our thinking hats on with some innovative ideas for Janhvi and her Saas with #AakhriSaas and let’s get going ??

A post shared by Janhvi Mittal (@shrenuparikhofficial) on

ଭିଡ଼ିଓ ଜାରି କରି ଶ୍ରେନୁ ତାଙ୍କ ଫଲୋର୍ସଙ୍କୁ କହୁଛନ୍ତି କିଭଳି ସେ ସୋମବାରକୁ ଷ୍ଟାରପ୍ଲସରେ ପ୍ରସାରିତ ହେବାକୁ ଥିବା ଶୋ ପୂର୍ବରୁ ଆଦର୍ଶ ବୋହୁର ଭୂମିକାଙ୍କୁ ସାମାନ୍ୟ ମଜାଦାର କରିବାକୁ ଚାହୁଁଛନ୍ତି ।

ଏହା ପୂର୍ବରୁ ଶ୍ରେନୁ ତାଙ୍କ ଶୋ’ର ନୂଆ ପ୍ରମୋ ଶେୟାର କରିଥିଲେ । ତାଙ୍କୁ ଭିନ୍ନଭିନ୍ନ ରୂପରେ ଦେଖି ଦର୍ଶକ ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ଆଜି ପର୍ଯ୍ୟନ୍ତ ସେ ଜଣେ ଆଦର୍ଶ ବୋହୁ ଚରିତ୍ରରେ ନଜର ଆସିଛନ୍ତି । ତେବେ ନିର୍ମାତା ଏପର୍ଯ୍ୟନ୍ତ ଅନ୍ୟ ଷ୍ଟାରକାଷ୍ଟ ଏବଂ କାହାଣୀକୁ ଲୁଚାଇ ରଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More