Only for Entertainment

ଭୁବନେଶ୍ୱର ଶୀତୁଆ ସଂଧ୍ୟାରେ ସଙ୍ଗୀତକୁ ଅଧିକ ସୁରେଲି କଲେ ଶ୍ରେୟା ଘୋଷାଲ ।

facebook
27

ରାଜଧାନୀ ସୁରଲୀ ଶ୍ରେୟା । ଶନିବାର ସଂଧ୍ୟାରେ ଫେଷ୍ଟ କାର୍ଯ୍ୟକ୍ରମକୁ ଆହୁରି ରଙ୍ଗୀନ କରିବା ପାଇଁ ଆସିଥିଲେ ବଲିଉଡ୍ ଭର୍ସାଟାଇଲ୍ ସିଙ୍ଗର୍ ଶ୍ରେୟା ଘୋଷାଲ୍ । ନିଜ ଏକ ସେ ଏକ ସୁପରହିଟ୍ ଗୀତରେ ଉପସ୍ଥିତ ସ୍ରୋତାଙ୍କୁ କରିଥିଲେ ଏଂଟର୍ଟେନ୍ । ଶିତୁଆ ସଂଧ୍ୟାରେ ଶ୍ରେୟାଙ୍କ ମିଠା ମିଠା ଗୀତକୁ ବି ମନଭରି ଉପଭୋଗ କରିଥିଲେ ଭୁବନେଶ୍ୱର ବାସିନ୍ଦା ।

ପ୍ରଦର୍ଶନୀ ପଡିଆରେ ଆୟୋଜିତ ଫେଷ୍ଟ କାର୍ଯ୍ୟକ୍ରମର ଅଷ୍ଟମ ସଂଧ୍ୟାରେ ଶ୍ରେୟା ଘୋଷାଲ୍ଙ୍କ ଜବରଦସ୍ତ ପର୍ଫମାନ୍ସ ଦେଖିବାକୁ ମିଳିଥିଲା । ଭୁବନେଶ୍ୱରରେ ଆସି ସଙ୍ଗୀତ ପରିବେଷଣ କରି ବେଶ ଖୁସି ଥିବା କହିଥିଲେ ଶ୍ରେୟା । ଅନ୍ୟପଟେ ଏହି ବଲିଉଡ୍ କଣ୍ଠଶିଳ୍ପୀଙ୍କ ସଙ୍ଗୀତର ମଜା ନେବା ପାଇଁ ପହଁଚିଥିଲେ ଏକାଧିକ ଓଲିଉଡ୍ ତାରକା ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More