Only for Entertainment

ସିଙ୍ଗାପୁର ଏୟାରଲାଇନ୍ସ ଉପରେ ରାଗିଲେ ଗାୟିକା ଶ୍ରେୟା ଘୋଷାଲ ।

twitter
43

ବଲିଉଡର ସୁନ୍ଦରୀ ଗାୟିକା ଶ୍ରେୟା ଘୋଷାଲଙ୍କୁ ସବୁବେଳେ କୁଲ ଅନ୍ଦାଜରେ ଦେଖିବାକୁ ମିଳିଥାଏ । କିନ୍ତୁ ଏହିଥର ତାଙ୍କ ସହିତ କିଛି ଏଭଳି ହୋଇଛି ଯାହା ଦ୍ୱାରା ଏହି ସୁନ୍ଦରୀ ସିଙ୍ଗାପୁର ଏୟାରଲାଇନ୍ସ ଉପରେ ରାଗି ଯାଇଛନ୍ତି । ଘଟଣାକୁ ନେଇ ଟ୍ୱିଟ କରିଛନ୍ତି ଶ୍ରେୟା । ଯେଉଁଥିରେ ଲେଖାଅଛିଯେ ମୋତେ ଲାଗୁଛି କୌଣସି ସଙ୍ଗୀତକାର ବା ଅନ୍ୟ ଲୋକ କେହି ନିଜର ମୂଲ୍ୟବାନ ଜିନିଷ ସାଥୀରେ ନେଇ ଯାତ୍ରା କରୁ ତାହା ସିଙ୍ଗାପୁର ଏୟାରଲାଇନ୍ସ ଚାହୁଁ ନାହିଁ ।

ଶ୍ର୍ରେୟାଙ୍କ ଏଭଳି ଟୁଇଟ୍‌ ଭାଇରାଲ ହେବା ପରେ, ସିଙ୍ଗାପୁର ଏୟାରଲାଇନ୍ସ ନିଜ କର୍ମଚାରୀଙ୍କ ଭୁଲ ପାଇଁ ଶ୍ରେୟାଙ୍କୁ କ୍ଷମା ମାଗିବା ସହ ଘଟିଥିବା ଘଟଣାକୁ ନେଇ ଅଧିକ ସୂଚନା ମାଗିଥିଲେ । ତେବେ ଶ୍ରେୟାଙ୍କ ସହ ଏଭଳି ଘଟିଥିବା ଘଟଣାର ପୂରା କାରଣ ସାମ୍ନାକୁ ଆସି ପାରି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More