Only for Entertainment

ବିଦେଶୀ ବୟଫେଣ୍ଡ ସହିତ ଶୃତି ହସନଙ୍କ ବ୍ରେକଅପ ! ଇଂଷ୍ଟାରୁ ଡିଲିଟ କଲେ ଫଟୋ

youtube
57

ଅଭିନେତ୍ରୀ ଶୃତି ହସନଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ଶୃତି ହସନ ଏବଂ ତାଙ୍କର ଇଟାଲିଅନ ବୟଫ୍ରେଣ୍ଡ ମାଇକେଲ କୋରସେଲଙ୍କ ବ୍ରେକଅପ ହୋଇଯାଇଛି । ଶୃତି ଏବଂ ମାଇକେଲଙ୍କ ବିବାହ ଖବର କିଛି ଦିନରୁ ଚର୍ଚ୍ଚାରେ ଥିବା ବେଳେ ବ୍ରେକଅପ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ମିଡିଆ ରିପୋର୍ଟ ଅନୁସାରେ ଏକ ମାସ ପୂର୍ବରୁ ଦୁହିଁଙ୍କ ସହମତିରେ ଶୃତି ଏବଂ ମାଇକେଲ ଅଲଗା ହୋଇଛନ୍ତି । ଏହା ମଧ୍ୟ ଶୁଣିବାକକୁ ମିଳିଛି ଯେ ଦୁହିଁଙ୍କ ମଧ୍ୟରେ କିଛି ବି ମନୋମାଳିନ୍ୟ ନାହିଁ । ବ୍ରେକଅପ ପରେ ମଧ୍ୟ ଦୁହେଁ ପରସ୍ପରର ଭଲ ବନ୍ଧୁ ହୋଇ ରହିବେ । କିନ୍ତୁ ଶୃତି ବ୍ରେକଅପ ଖବରକୁ ନେଇ ଏପର୍ଯ୍ୟନ୍ତ କିଛି ବୟାନ ଦେଇନାହାଁନ୍ତି ।

haasan

ବ୍ରେକଅପ ପରେ ଶୃତି ମାଇକେଲଙ୍କ ସହିତ ଥିବା ତାଙ୍କର କିଛି ପୋଷ୍ଟକୁ ଇଂଷ୍ଟାଗ୍ରାମ ଆକାଉଣ୍ଟରୁ ଡିଲିଟ କରି ଦେଇଛନ୍ତି । ଏଥିରୁ ଅନୁମାନ କରାଯାଇ ପାରେ ଯେ ଦୁହିଁଙ୍କ ସମ୍ପର୍କ ଆଉ ପୂର୍ବ ପରି ଭଲ ନାହିଁ । କହିରଖୁଛୁ ଯେ, ଦୁହେଁ ପ୍ରଥମଥର ପାଇଁ ଜଣେ କମନ ଫ୍ରେଣ୍ଡ ଜରିଆରେ ପରସ୍ପରକୁ ଲଣ୍ଡନରେ ସାକ୍ଷାତ କରିଥିଲେ । ଏହା ପରେ ମାଇକେଲ କମଲ ହସନଙ୍କୁ ଦେଖା କରିବା ପାଇଁ ଭାରତ ଆସିଥିଲେ । କେବଳ ସେତିକି ନୁହେଁ କମଲ ହସନଙ୍କ ଫିଲ୍ମ ‘ବିଶ୍ୱରୂପମ ୨’ରେ ରୁଷ ସୋଲଜର ଭୂମିକାରେ ମଧ୍ୟ ମାଇକେଲଙ୍କୁ ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More