Only for Entertainment

ଇତିହାସ ରଚିବେ ଏହି ଭାରତୀୟ ଅଭିନେତ୍ରୀ, ଆମେରିକାନ ଟିଭି ଶୋ’ରେ ଆସିବେ ନଜର !

44

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ପରେ ବଲିଉଡରେ ଦର୍ଶକଙ୍କ ହୃଦୟ ଜିତିଥିବା ଶୃତି ହାସନ ଏବେ ହଲିଉଡରେ ପାଦ ରଖିବାକୁ ଯାଉଛନ୍ତି । ଶୃତି ଖୁବଶୀଘ୍ର ଆମେରିକାନ ଟିଭି ଶୋ’ ଟ୍ରେଡଷ୍ଟୋନରେ ନଜର ଆସିବେ ଏବଂ ସେ ସାଉଥର ପ୍ରଥମ ଅଭିନେତ୍ରୀ ଯିଏ ଆମେରିକାନ ଟିଭି ଶୋ’ରେ ନଜର ଆସିବେ ।

ଏକ ପୋର୍ଟାଲର ସାକ୍ଷାତକାରରେ ନିକଟରେ କହିଛନ୍ତି ଇଂଲଣ୍ଡରେ ମ୍ୟୁଜିକ ଆରମ୍ଭ କରିବା ସମୟରେ ତାଙ୍କ ଭିତରୁ ଭାରତୀୟ ଅଭିନେତ୍ରୀ ହିସାବରେ ଅନେକ ପ୍ରଶ୍ନ ଥିଲା ଏବଂ ଏହିକାରଣରୁ ସେ ୟୁଏସ ଏବଂ ୟୁକେରେ ଏଜେଂଟ ହାୟର କରିଥିଲେ । ସେହିଭଳି ଶୋ ମେକର୍ସଙ୍କ ଠାରୁ ଅଡିସନ ସ୍କ୍ରିପ୍ଟ ମିଳିବା ପରେ ସୁଟ କରିବା ଆରମ୍ଭ କରିଥିଲେ । ଶୃତି କହିଛନ୍ତି ଯେ ଏହି ଭୂମିକାର ସୁଟିଂ ବିଦେଶ ବ୍ୟତୀତ ଭାରତରେ ମଧ୍ୟ ହେବ ।

ଆମେରିକାନ ଶୋ ଟ୍ରେଡଷ୍ଟୋନରେ ଅଭିନେତ୍ରୀ ଶୃତି ନୂଆଦିଲ୍ଲୀର ଏକ ହୋଟେଲରେ କାମ କରୁଥିବା ୱେଟର ନୀରା ପଟେଲ ଭୂମିକାରେ ନଜର ଆସିବେ, ଯିଏ କି ଅସଲରେ ଜଣେ କିଲର ଅଟେ ଏବଂ ନିଜର ପରିଚୟ ଲୁଚାଇବା ପାଇଁ ୱେଟର ଭାବେ କାମ କରୁଛନ୍ତି ।

ବିଶେଷସୂତ୍ରରୁ ପ୍ରକାଶ ଯେ ଟ୍ରେଡଷ୍ଟୋନ ଜେସନ ବୋର୍ନ ସିରିଜ ଅଟେ ଯାହା ଉଓଇ ବ୍ଲାକ ଓପ୍ସ ପ୍ରୋଗ୍ରାମର ବର୍ତ୍ତମାନ ଏବଂ ଓରିଜିନାଲ କାହାଣୀକୁ ଫଲୋ କରୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More