Only for Entertainment

‘ଶୁଭମଙ୍ଗଳ ଜ୍ୟାଦା ସାବଧାନ’ରେ ଆୟୁଷ୍ମାନଙ୍କ ଲଭ ଲାଇଫ ହେବେ ଜିତେନ୍ଦ୍ର କୁମାର !

31

‘ଶୁଭ ମଙ୍ଗଳ ସାବଧାନ’ର ସଫଳତା ପରେ ଏବେ ପ୍ରଡ୍ୟୁସର-ଆକ୍ଟର ଆନନ୍ଦ ଏଲ. ରାୟ ଏବଂ ଆୟୁଷ୍ମାନ ଖୁରାନାଙ୍କ ଯୋଡି ପୁଣିଥରେ ଏକାଠି କାମ କରିବା ପାଇଁ ପ୍ରସ୍ତୁତ । ଏଥର ଏହି ଫିଲ୍ମ ଏକ ଗେ’ ପ୍ରେମକାହାଣୀ ଉପରେ ଆଧାରିତ, ଯାହାର ଟାଇଟଲ ରହିଛି ‘ଶୁଭମଙ୍ଗଳ ଜ୍ୟାଦା ସାବଧାନ’ । ଏହି ଫିଲ୍ମର ସୁଟିଂ ପାଇଁ କ୍ରୁ ମେମ୍ବର ବାରଣାସୀରେ ପହଂଚି ସାରିଲେଣି ।

ରିପୋର୍ଟ ମୁତାବକ ଆୟୁଷ୍ମାନ ବାରଣାସୀରେ ଅଛନ୍ତି ଏବଂ ଆଜି ଠାରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଛି । ଏହି ଫିଲ୍ମର ସୁଟିଂ ପାଖାପାଖି ଗୋଟିଏ ମାସ ହେବ । ଫିଲ୍ମର କାହାଣୀ ହୋମୋସେକ୍ସୁଆଲ କାହାଣୀ ଉପରେ ଆଧାରିତ । ମେକର୍ସ ଆଜି ଏହି ଫିଲ୍ମର କାଷ୍ଟଙ୍କ ଘୋଷଣା କରିଛନ୍ତି ।

ତେବେ ଏଠାରେ ଆମେ କହି ରଖୁଛୁ ଯେ ଆୟୁଷ୍ମାନଙ୍କ ସହ ଅନେକ ୱେବ ସିରିଜ, ୟୁଟ୍ୟୁବ ସ୍କେଚେଜରେ ନଜର ଆସିଥିବା ଜିତେନ୍ଦ୍ର କୁମାର ନଜର ଆସିବେ । ଏଥିରେ ସେ ଆୟୁଷ୍ମାନଙ୍କ ପାର୍ଟନର ସାଜିବେ । ଶୁଣିବାକୁ ମିଳିଛି ଯେ ଏହି ଫିଲ୍ମ ଅନେକ ସୋସିଆଲ ମେସେଜ ଦେଉଥିବାର ନଜର ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More