Only for Entertainment

ଭାଉଜ ଐଶ୍ୱର୍ଯ୍ୟାଙ୍କର ଏହି ଅଭ୍ୟାସକୁ ଆଦୌ ପସନ୍ଦ କରନ୍ତି ନାହିଁ ନଣନ୍ଦ ଶ୍ୱେତା ନନ୍ଦା ।

aajtak
29

କରଣ ଜୋହରଙ୍କ ଚାଟ ଶୋ କଫି ୱିଦ କରନରେ ଅତିଥି ହୋଇଥିଲେ ଅଭିଷେକ ବଚ୍ଚନ ଏବଂ ଭଉଣୀ ଶ୍ୱେତା ନନ୍ଦା । ଦୁଇ ଜଣ ଶୋ’ରେ ପରସ୍ପରର କେତେକ ରାଜ ଖୋଲିଲେ । ଏହି ମଧ୍ୟରେ କରନ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହିତ ଯଡ଼ିତ କିଛି ପ୍ର୍ଶ୍ନ କଲେ । ଯାହାର ଉତ୍ତର ଖୁବ ନିଃସନ୍ଦେହରେ ଦେଲେ ଶ୍ୱେତା । କରନ ଏକ ମଜାଦାର ପ୍ରଶ୍ନ କଲେ ଶ୍ୱେତାଙ୍କୁ, ଯେଉଁଥିରେ ସେ ପଚାରିଲେଯେ ଐଶଙ୍କର କେଉଁ ଅଭ୍ୟାସକୁ ଆପଣ ପସନ୍ଦ କରନ୍ତି ନାହିଁ, ଏବଂ ଅନ୍ୟ ଏକ ପ୍ରଶ୍ନ ଥିଲା କାହାକୁ ଅଧିକ ଟଲରେଟ କରନ୍ତି ।

ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶ୍ୱେତା କହିଲେଯେ ଐଶ ଜଣେ ଭଲ ମା ଏବଂ ସେଲ୍ଫ ମେଡ ଷ୍ଟ୍ରଙ୍ଗ ୱିମେନ, ତାଙ୍କର ଏହି ଗୁଣ ମୋତେ ଖୁବ ପସନ୍ଦ , କିନ୍ତୁ ସେ ଫୋନ ଏବଂ ମେସେଜର ଜୱାବ ଦିଅନ୍ତି ନାହିଁ, ଯାହା ମୋତେ ଆଦୌ ପସନ୍ଦ ନୁହେଁ । ଟଲରେଟ ପ୍ରଶ୍ନରେ ଶ୍ୱେତା ଉତ୍ତର ଦେଲେଯେ-ଐଶଙ୍କ ଟାଇମ ମ୍ୟାନେଜମେଂଟ ।

ଏହି ମଧ୍ୟରେ କରନ ଅଭିଷେକଙ୍କୁ ଏକ ପ୍ର୍ଶ୍ନ କଲେଯେ ସେ କାହାକୁ ଅଧିକ ଡରନ୍ତି, ମା ନା ପତ୍ନୀ, ଉତ୍ତରରେ ଅଭିଷେକ କହିଲେଯେ ମା । କିନ୍ତୁ କଥା ମଧ୍ୟରେ ହଠାତ ଶ୍ୱେତା କହିଲେଯେ ପତ୍ନୀ ।

ୱର୍କଫ୍ରଂଟ କଥା କହିବା ତ ଖୁବଶୀଘ୍ର ଐଶ ଏବଂ ଅଭିଷେକ ଏକା ସାଙ୍ଗରେ ଫିଲ୍ମ ଗୁଲାବଜାମୁନରେ ନଜର ଆସିପାରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More