Only for Entertainment

ତାରା ନା କିୟାରା? କାହାକୁ ଡେଟ କରୁଛନ୍ତି ସିଦ୍ଧାର୍ଥ?

Times Now
34

ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ ଜବରିୟାଁ ଯୋଡ଼ିର ଟିଜର ରିଲିଜ ହୋଇସାରିଛି । ଟ୍ରେଲରକୁ ଦର୍ଶକଙ୍କ ତରଫରୁ ସକରାତ୍ମକ ପ୍ରତିକ୍ରିୟା ମିଳୁଛି । ଅବଶ୍ୟ ଏହା ବ୍ୟତୀତ ଅଫେୟରକୁ ନେଇ ମଧ୍ୟ ସିଦ୍ଧାର୍ଥ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି । ସିଦ୍ଧାର୍ଥଙ୍କ ନାମ କିୟାରା ଆଡ଼ବାଣିଙ୍କ ସହିତ ଯୋଡ଼ି ହୋଇଯାଇଛି । ଏହା ବ୍ୟତୀତ ତାରା ସୁତାରିୟାଙ୍କ ସହିତ ନାମ ମଧ୍ୟ ଯୋଡ଼ି ହେଉଛି । ତାରା ଏବଂ ସିଦ୍ଧର୍ଥ ବିକ୍ରମ ବତ୍ରାଙ୍କ ବାୟୋପିକରେ ଏକା ସାଙ୍ଗରେ କାମ କରୁଛନ୍ତି ।

 

ମୁମ୍ବାଇ ମିରରକୁ ଇଂଟରଭ୍ୟୁ ଦେଉଥିବା ସମୟରେ ସମସ୍ତ ଉଡ଼ା ଖବରର ଉତ୍ତର ଦେଇ ସିଦ୍ଧାର୍ଥ ଫିଲ୍ମର ପ୍ରମୋଶନ କଲେ । ଯଦିଓ ସିଧାସଳଖ ସିଦ୍ଧାର୍ଥ କିୟାରାଙ୍କୁ ନେଇ କିଛି କହିନାହାଁନ୍ତି ତଥାପି ଆମେ କେବଳ ଭଲ ବନ୍ଧୁ ବୋଲି ଦର୍ଶାଇଛନ୍ତି । ଏହା ସହିତ କିୟାରା ଏଭଳି ଖବର ପଢି ହସୁଛନ୍ତି ବୋଲି କହିଛନ୍ତି ଅଭିନେତା ।

 

ସିଦ୍ଧାର୍ଥ ଆଲିୟାଙ୍କୁ ଡେଟ କରୁଥିଲେ, କିନ୍ତୁ କିଛି ଦିନ ପରେ ଦୁଇଜଣଙ୍କର ବ୍ରେକ ଅପ ହୋଇଗଲା । ଦୁଇଜଣ କରଣ ଜୋହରଙ୍କ ଫିଲ୍ମ ଷ୍ଟୁଡେଂଟ ଅଫ ଦ ଇୟରରୁ ବଲିଉଡରେ ଡେବ୍ୟୁ କରିଥିଲେ ।

ଜବରିୟାଁର ଟ୍ରେଲରକୁ ମିଳିଥିବା ରେସପନ୍ସକୁ ନେଇ ସିଦ୍ଧାର୍ଥ ଖୁସି ଅଛନ୍ତି । ଏହା ସହିତ ଉତ୍ସାହିତ ମଧ୍ୟ । ତେବେ ଏହିଭଳି ଅବତାରରେ ଦର୍ଶକ ପ୍ରଥମ ଥର ସିଦ୍ଧାର୍ଥଙ୍କୁ ଦେଖିବେ । ଫିଲ୍ମରେ ସିଦ୍ଧାର୍ଥଙ୍କ ଅପୋଜିଟରେ ପରିଣୀତି ଚୋପ୍ରା ମୁଖ୍ୟ ଚରିତ୍ରରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More