Only for Entertainment

‘ଜବରିଆ ଯୋଡି’ର ପ୍ରଥମ ଗୀତ ‘ଖଡକେ ଗ୍ଲାସୀ’ ରିଲିଜ, ସିଦ୍ଧାର୍ଥ-ପରିଣୀତିଙ୍କ ଡ୍ୟାନ୍ସ ୟୁଟ୍ୟୁବରେ କଲା ଧମାଲ

DNA India
23

ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ଆଗାମୀ ଫିଲ୍ମ ‘ଜବରିଆ ଯୋଡି’ର ପ୍ରଥମ ଗୀତ ‘ଖଡକେ ଗ୍ଲାସୀ’କୁ ରିଲିଜ କରାଯାଇଛି । ଗୀତରେ ପରିଣୀତି ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ରୋମାନ୍ସ ଦେଖିବାକୁ ମିଳିଛି । ୨ ମିନିଟି ୩୮ ସେକେଣ୍ଡର ଏହି ଗୀତରେ ଦୁହିଁଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି ।

ଗୀତରେ ଦୁହେଁ ଶିବଙ୍କ ଭକ୍ତିରେ ଲିନ ହୋଇଥିବାର ନଜର ଆସିଛନ୍ତି । ସିଦ୍ଧାର୍ଥ ଏବଂ ପରିଣୀତି ଗୀତରେ ରଙ୍ଗରେ ଭିଜିବା ସହିତ ଥଣ୍ଡା ପିଉଥିବାର ଦେଖିବାକୁ ମିଳିଛି । ହନି ସିଂଙ୍କ ଗୀତକୁ ଏହି ଫିଲ୍ମରେ ରିକ୍ରିଏଟ କରାଯାଇଛି । ଗୀତଟି ରିଲିଜ ହେବା ସହିତ ୟୁଟ୍ୟୁବରେ ଟ୍ରେଣ୍ଡ କରୁଛି ।

ହନି ସିଂଙ୍କ ସହିତ ଅଶୋକ ମସ୍ତି ଏବଂ ଜ୍ୟୋତିକା ତଙ୍ଗରୀ ମଧ୍ୟ ଏହି ଗୀତରେ ନିଜର ଭଏସ ଦେଇଛନ୍ତି । ଏହାକୁ ଅଶୋକ ମସ୍ତି ଏବଂ ତନିଷ୍କ ବାଗଚୀ ମିଳିତ ଭାବେ କମ୍ପୋଜ କରିଛନ୍ତି । ଗୀତ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି ।

ଏହି ଫିଲ୍ମ ଜରିଆରି ସିଦ୍ଧାର୍ଥ ଏବଂ ପରିଣୀତି ଚୋପ୍ରାଙ୍କ ଯୋଡି ୫ ବର୍ଷ ପରେ ବଡ ପରଦାରେ ନଜର ଆସିବେ । ଫିଲ୍ମ ୧୨ ଜୁଲାଇରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More