Only for Entertainment

ପରଦାରେ ଏକାଠି ହେବେ ରୋମାଂଟିକ ଯୋଡି, ସିଦ୍ଧାର୍ଥ ମଲହୋତ୍ରା ଏବଂ ପରିଣୀତି ଚୋପ୍ରା ।

India tv
0 38

ଚଳଚ୍ଚିତ୍ର ‘ହସି ତୌ ଫସି’ରେ ମ୍ୟାଜିକାଲ୍ କେମେଷ୍ଟ୍ରୀ ଭେଟି ଦେଇଥିବା ବଲିଉଡର ୟଙ୍ଗ ଯୋଡି ସିଦ୍ଧାର୍ଥ ମଲହୋତ୍ରା ଏବଂ ପରିଣୀତି ଚୋପ୍ରା ପୁଣିଥରେ ପରଦାରେ ଏକାଠି ଆସିବେ ନଜର । ଏକ୍ତା କପୁରଙ୍କ ପ୍ରଯୋଜନାରେ ଆସିବାକୁ ଥିବା ଆଗାମୀ ଚଳଚ୍ଚିତ୍ର ‘ସଟଗନ ସାଦି’ରେ ଏହି ରୋମାଂଟିକ୍ ଯୋଡିକୁ ପୁଣିଥରେ ଏକାଠି ଦେଖିବାକୁ ମିଳିବ ।

ପ୍ରଥମେ ଏହି ସିନେମା ପାଇଁ ମେକର୍ ସିଦ୍ଧାର୍ଥ ମଲହୋତ୍ରାଙ୍କୁ ସାଇନ୍ କରିଥିଲେ । ହେଲେ ସିଦ୍ଧାର୍ଥଙ୍କ ବିପକ୍ଷରେ କିଏ ହେବ ନାୟିକା ସେ ନେଇ ଚିନ୍ତାରେ ଥିଲେ ଏକ୍ତା । ମାତ୍ର ଏବେ ସିଦ୍ଧାର୍ଥଙ୍କ ପାଇଁ ନାୟିକାର ସନ୍ଧାନ ଶେଷ ହୋଇଛି । ଆଉ ଏଥିପାଇଁ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କୁ ସାଇନ୍ କରିଛନ୍ତି ମେକର୍ । ଫିଲ୍ମ ପାଇଁ ପରିଣୀତି ରାଜି ହୋଇଥିବାବେଳେ ଏଥିରେ ସ୍ଥାନ ପାଇଥିବା ନିଜ ଚରିତ୍ରକୁ ନେଇ ବେଶ୍ ଏକ୍ସାଇଟେଡ୍ ଅଛନ୍ତି ସେ ।

ଏହି ଅପକମିଂ ସିନେମାରେ ପରିଣୀତିଙ୍କୁ ଏକ ଦବଙ୍ଗ ଗର୍ଲ ଭୂମିକାରେ ଦେଖିବାକୁ ମିଳିବ । ପୂର୍ବରୁ ଏହି ଭୂମିକା ପାଇଁ ମେକର୍ ଶ୍ରଦ୍ଧା କପୁର ଓ ଫାତିମା ସାନା ଶୈଖଙ୍କୁ ନେବା ପାଇଁ ଚିନ୍ତା କରୁଥିଲେ । ହେଲେ ଏବେ ଏହି ଭୂମିକାରେ ନଜର ଆସିବେ ପରିଣୀତି । କାରଣ ଦର୍ଶକ ସିଦ୍ଧାର୍ଥ ଓ ପରିଣୀତିଙ୍କ ପେୟାରିଂକୁ ପୂର୍ବରୁ ବି ଦେଇଛନ୍ତି ଗ୍ରିନ୍ ସିଗ୍ନାଲ୍ ।

ହସି ତୋ ଫସି ସିନେମାରେ ଦୁହିଁଙ୍କ କେମେଷ୍ଟ୍ରୀ ଅଡିଏନ୍ସ ଓ କ୍ରିଟିକ୍ସ ସଭିଁଙ୍କ ମନ ଜିତି ପାରିଥିଲା । ବକ୍ସ ଅଫିସରେ ସିନେମାଟି ଖାସ୍ ପ୍ରଦର୍ଶନ କରି ନଥିଲେ ବି ସିଦ୍ଧାର୍ଥ – ପରିଣୀତିଙ୍କ ଯୋଡି ହୋଇଯାଇଥିଲା ହିଟ୍ । ଆଉ ଏବେ ପୁଣିଥରେ ଏହି ଯୋଡି ଏକାଠି ପରଦାରେ ଦେଖାଇବେ ନିଜ କମାଲ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More