Only for Entertainment

ତୈମୁରଙ୍କୁ ଅପହରଣ କରିବାକୁ ଚାହାଁନ୍ତି ଏହି ବ୍ୟକ୍ତି ! ନାମ ଜାଣି ସେଫ-କରୀନା ହୋଇଯିବେ ଆଶ୍ଚର୍ଯ୍ୟ

google
92

କରୀନା ଏବଂ ସୈଫଙ୍କ ପୁଅ ତୈମୁରର କ୍ୟୁଟନେସ ଉପରେ ସମସ୍ତେ ଫିଦା । ସେ ସାଧାରଣ ଲୋକେ ହୁଅନ୍ତୁ ବା କୌଣସି ଖାସ ବ୍ୟକ୍ତି ତୈମୁରଙ୍କ ପାଇଁ ସମସ୍ତେ ପାଗଳ । ଏବେ ତୈମୁରଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ କରୀନା-ସୈଫଙ୍କ ସମସ୍ୟା ବଢିପାରେ । ଖବର ଅନୁସାରେ ତୈମୁରଙ୍କୁ କେହି ଜଣେ ଅପହରଣ କରିବା ପାଇଁ ଚାହୁଁଛନ୍ତି । ଏହି ବ୍ୟକ୍ତି ଜଣକ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ବଲିଉଡର ଜଣାଶୁଣା ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ।

ଅସଲରେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ ପରିଣୀତି ଚେପ୍ରା ନିଜର ଆଗାମୀ ଫିଲ୍ମର ପ୍ରମୋସନ କରିବା ପାଇଁ କପିଲ ଶର୍ମା ଶୋ’ରେ ପହଁଚିଥିଲେ । ଶୋ’ରେ କପିଲ ଦୁହିଁଙ୍କୁ ପ୍ରଶ୍ନ କରିଥିଲେ ରିଅଲ ଜୀବନରେ କାହାକୁ ଅପହରଣ କରିବା ପାଇଁ ଚାହାଁନ୍ତି ଏହାର ଉତ୍ତରରେ ପରିଣୀତି ସୈଫ ଅଲ୍ଲୀ ଖାନଙ୍କ ନାମ ନେଇଥିଲେ । ସିଦ୍ଧାର୍ଥ ଏହି ପ୍ରଶ୍ନର ଉତ୍ତରରେ ତୈମୁରଙ୍କ ନାମ କହିଥିଲେ ।

ପରିଣୀତି ଏବଂ ସିଦ୍ଧାର୍ଥଙ୍କ ଫିଲ୍ମ ‘ଜବରିଆ ଯୋଡି’ ବିଷୟରେ କହିବାକୁ ଗଲେ ଫିଲ୍ମଟି ବିହାରର ‘ପକଡୱା ବିବାହ’ ଉପରେ ଆଧାରିତ । ଅଲ୍ଟ ବାଲାଜୀ ଦ୍ୱାରା ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ସିଂ । ଫିଲ୍ମ ୨ ଅଗଷ୍ଟରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More