Only for Entertainment

ଜାଣିନ୍ତୁ ଘିଅ ଶରୀର ପାଇଁ କେତେ କ୍ଷତିକାରକ !

Hoog Holistic Nutrition
0 41

ସାଧାରଣତଃ ଘିଅର ଉପକାରିତା ସଂପର୍କରେ ପ୍ରାୟତଃ ସମସ୍ତଙ୍କୁ ଜଣା ଥିବ ମାତ୍ର ଏହାର ମଧ୍ୟ ଅନେକ କୁପ୍ରଭାବ ଶରୀରରେ ଉପରେ ପଡିଥାଏ । ଆଜ୍ଞା ହଁ ! ଯେପରି ଏକ ଜିନିଷର ଅନେକ ଭଲ ଗୁଣ ଥାଏ ସେହିଭଳି ମଧ୍ୟ କିଛି ଖରାପ ଗୁଣ ରହିଥାଏ । ତେବେ ଆସନ୍ତୁ ଜାଣିବା ଘିଅ ଖାଇବା ଦ୍ୱାରା ଶରୀରର କି ପ୍ରକାରର କ୍ଷତି ଘଟିଥାଏ ।

  • ଗର୍ଭବତୀ ମହିଳାମାନଙ୍କ ପାଇଁ ସାଧାରଣତଃ ଗର୍ଭ ଯନ୍ତ୍ରଣା ପୂର୍ବରୁ ଘିଅ ସେବନ କରିବା ଲାଭଦାୟକ ହୋଇଥାଏ ମାତ୍ର ଗର୍ଭବସ୍ଥା ଆରମ୍ଭ ସମୟରେ ଏହାର ସେବନ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ଏଥିପାଇଁ ଗର୍ଭଧାରଣା କରିବାର କିଛି ଦିନ ପରେ ଘିଅ ଖାଇବା ଦରକାର ।
  • ଅତ୍ୟଧିକ ମାତ୍ରାରେ ଘିଅ ଖାଇବା ଦ୍ୱାରା ପାଚନକ୍ରୀୟାରେ ସମସ୍ୟା ଦେଖାଦେଇଥାଏ । ଏଥିସହ ଲୁଜ-ମୋସନ ବା ପତଳା ଝାଡା ଭଳି ସମସ୍ୟା ମଧ୍ୟ ଦେଖାଦେଇଥାଏ ।
  • ଥଣ୍ଡା କିମ୍ବା କଫ ଜନିତ ସମସ୍ୟା ଥିଲେ ଘିଅଠାରୁ ସର୍ବଦା ଦୂରେଇ ରହିବା ଶରୀର ପାଇଁ ଲାଭ ଦାୟକ ହୋଇଥାଏ । ଘିଅ ଖାଇବା ଦ୍ୱାରା କଫ ଜମିଥାଏ । ଏବଂ ଭବିଷ୍ୟତରେ ଏହା ଏକ ବଡ ଧରଣର ସମସ୍ୟା ସୃଷ୍ଟି କରିଥାଏ ।
  • ଘିଅକୁ ବିଶେଷ କରି ମହୁ ସହ ଖାଇବା ଅନୁଚିତ । ଏହା ସ୍ୱାସ୍ଥ୍ୟ ପାଇଁ ବିପଦ ହୋଇଥାଏ ।
  • ଯଦି ଆପଣଙ୍କୁ ଲାଗୁଛି ଆପଣ ଅଧିକ ମାତ୍ରାରେ ଘିଅ ଖାଇଦେଇଛନ୍ତି ତେବେ ସେ ପର୍ଯ୍ୟନ୍ତ କିଛି ଖାଆନ୍ତୁ ନାହିଁ ଯେ ପର୍ଯ୍ୟନ୍ତ ଘିଅ ଶରୀରରେ ସଂପୂର୍ଣ୍ଣ ଭାବରେ ହଜମ ନ ହୋଇ ଯାଇଛି । ଆଉ ଏଥିପାଇଁ ପ୍ରତି ଅଧ ଘଂଟାରେ ଆପଣ ନଖଉଷୁମ ପାଣି ମଧ୍ୟ ପିଇ ପାରିବେ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More