Only for Entertainment

କେବଳ ଦୁଇଥର ସିଦ୍ଧାନ୍ତଙ୍କ ସାଥ୍ ପାଇଛନ୍ତି ଏହି ନାୟିକା

you tube
0 84

ଅଭିନେତ୍ରୀ ନମ୍ରତା ଥାପ୍ପା ଓଡିଶାର ହୋଇନଥିଲେ ମଧ୍ୟ ଓଡିଶାରେ ତାଙ୍କର ପ୍ରଶଂସକ କମ ନାହାନ୍ତି । ବ୍ରଜରାଜ ମୁଭିଜର ବକ୍ଲବଷ୍ଟର ଫିଲ୍ମ ‘ଆଇ ଲଭ ୟୁ’ ଜରିଆରେ ଓଲିଉଡରେ ଡେବ୍ୟୁ କରିଥିଲେ ନମ୍ରତା । ସଂଜୟ ନାୟକଙ୍କ ପ୍ରଯୋଜିତ ଏହି ଫିଲ୍ମରେ ଅନୁଭବ ମଧ୍ୟ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ‘ଆଇ ଲଭ ୟୁ’ରେ ନମ୍ରତା ଜଣେ ଦୃଷ୍ଟିହୀନ ଯୁବତୀଙ୍କ ଭୂମିକାରେ ଅଭିନୟ କରିଥିଲେ ।

namrata

ଏହାପରେ ନମ୍ରତା ଆଉ ଏକ ଫିଲ୍ମରେ ମଧ୍ୟ ଦୃଷ୍ଟିହୀନ ଭୂମିକାରେ ନଜର ଆସିଥିଲେ । ସେହି ସିନେମାଟି ଥିଲା ରସିକ ନାଗର । ଏହି ସିନେମାରେ ନମ୍ରତାଙ୍କୁ ମିଶିଥିଲା ସିଦ୍ଧାନ୍ତଙ୍କ ସାଥ । ୨୦୦୭ରେ ଏହି ସିନେମା ରିଲିଜ ହୋଇଥିଲା । ଏହାର ପ୍ରାୟ ୫ ବର୍ଷ ପରେ ନମ୍ରତାଙ୍କୁ ପୁଣି ଥରେ ସିଦ୍ଧାନ୍ତଙ୍କ ବିପକ୍ଷରେ ନାୟିକା ହେବାର ସୁଯୋଗ ମିଳିଥିଲା । ଏହି ଫିଲ୍ମଟି ଥିଲା ‘ ୧୪୩-ଆଇ ଲଭ ୟୁ’ ଏହି ଫିଲ୍ମରେ ପ୍ରଯୋଜନାରେ ଥିଲେ ସଂଜୟ ନାୟକ ଓ ନିର୍ଦ୍ଦେଶନା ଭାର ତୁଲାଇଥିଲେ ଅଶୋକ ପତି । ଏଥିରେ ସିଦ୍ଧାନ୍ତ, ନମ୍ରତାଙ୍କ ବ୍ୟତିତ ବାବୁସାନ, କୋଏଲ, ମିହିର ଦାସ ଓ ହରି ପ୍ରମୁଖ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More