Only for Entertainment

ନୂଆ ଭୂମିକାରେ ସିଦ୍ଧାନ୍ତ !

Ollywoodlife
0 59

ଓଲିଉଡର ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର ପ୍ରାୟ ୨୭ ବର୍ଷ ହେବ ଅଭିନୟ କ୍ଷେତ୍ରରେ ସକ୍ରିୟ ଅଛନ୍ତି । କେତେବେଳେ ପରଦା ଉପରେ ନାୟକ ସାଜିଛନ୍ତି ତ କେବେ ଖଳନାୟକ । ଆଜି ବି ତାଙ୍କୁ ଲିଡ ରୋଲରେ ଅଭିନୟ କରିବା ପାଇଁ ସୁଯୋଗ ମିଳୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ସେ ନାୟକ, ଖଳନାୟକ ଓ ସହ ଅଭିନେତାର ଭୂମିକା ନିଭାଇ ସାରିଛନ୍ତି । ୨୦୧୮ରେ ସେ ମଧ୍ୟ ଯେତେ ସବୁ ସିନେମାରେ ଦେଖା ଦେବେ, ସେଥିମଧ୍ୟରୁ ଅଧିକାଂଶରେ ତାଙ୍କୁ ସେହିଭଳି ଚରିତ୍ର ଅଭିନେତା ଭାବେ ଦେଖିବାକୁ ପାଇବେ ଦର୍ଶକ । ଅବଶ୍ୟ କେଉଁଥିରେ ପଜେଟିଭ ପୁଣି କେଉଁଥିରେ ନେଗେଟିଭ ରୋଲରେ ଆସିବେ ସେ ।
ତାଙ୍କର ଏକ ମୁକ୍ତି ପ୍ରତୀକ୍ଷିତ ସିନେମା ହେଲା ‘ବ୍ଲାକ ମେଲ’ । ନୂଆ ନିର୍ଦ୍ଦେଶକ ଅମିତ ନାୟକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସିଦ୍ଧାନ୍ତଙ୍କୁ ଦେଖିବାକୁ ମିଳିବ ଏକ ପଜେଟିଭ ଭୂମିକାରେ । ଏଥିରେ ଚାଙ୍କ ଚରିତ୍ରଟି ହେଉଛି ନାୟିକାର ଦାଦା । ଏହି ସିନେମାରେ ଦୁଇ ଜଣ ନାୟିକା ଅଛନ୍ତି । ସମାନଙ୍କ ମଧ୍ୟରୁ ଜଣେ ହେଲେ ନିଝୁମ ରାତିର ସାଥୀ ଫେମ ତମନ୍ନା ଓ ଏନ୍ୟ ଜଣଙ୍କ ହେଲେ ଭୈରବ ଫେମ ଆହାନା । ତେବେ ଏ ଦୁହିଁଙ୍କ ମଧ୍ୟରୁ କେଉଁ ନାୟିକାଙ୍କର ଦାଦା ଭୂମିକାରେ ନଜର ଆସିବେ ସିଦ୍ଧାନ୍ତ, ତାହା ଜାଣିବାକୁ ହେଲେ ଆପଣଙ୍କୁ ବ୍ଲାକମେଲ ରିଲିଜ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More