Only for Entertainment

ରିଲିଜ ହେଲା ଆଗାମୀ ବଲିଉଡ ଫିଲ୍ମ ‘ଜବରିୟା ଯୋଡି’ର ଫନି ଟ୍ରାକ୍ ‘ମଚ୍ଛରଦାନୀ’ !

35

ଆଗାମୀ ବଲିଉଡ୍ ରୋମାଂଟିକ୍ – କମେଡି ଫିଲ୍ମ ‘ଜବରିୟା ଯୋଡି’ର ଫନି ଟ୍ରାକ୍ ‘ମଚ୍ଛର୍ଦାନୀ’ ମୁକ୍ତିଲାଭ କରିଛି । ଗୀତରେ ଫିଲ୍ମ ନାୟକ ସିଦ୍ଧାର୍ଥ ମଲହୋତ୍ରା ଓ ନାୟିକା ପରିଣୀତି ଚୋପ୍ରାଙ୍କ ସହ ଅଭିନେତା ଅପାରଶକ୍ତି ଖୁରାନାଙ୍କୁ ଦେଖିବାକୁ ମିଳିଛି । ସିନେମାର କାହାଣୀ ବିହାରରେ ହେଉଥିବା ଜବରଦସ୍ତି ବିବାହକୁ ନେଇ ଗତିଶୀଳ ହୋଇଛି ।

ରିଲିଜ୍ ହୋଇଥିବା ଏହି ଗୀତରେ ଶୁଣିବାକୁ ମିଳିଛି ବିଶାଲ୍ ମିଶ୍ରା ଓ ଜ୍ୟୋତିକା ତାଙ୍ଗ୍ରୀଙ୍କ ଗାୟିକୀ । ଏଥିରେ ସଙ୍ଗୀତର ଭାର ତୁଲାଇଛନ୍ତି ବିଶାଲ୍ ମିଶ୍ରା । ଆଉ ଲିରିକ୍ସ ଦେଇଛନ୍ତି ରାଜ୍ ଶେଖର୍ ।

ବାଲାଜି ମୋସନ୍ ପିକ୍ଚର୍ସ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ସିନେମାରେ ପ୍ରମୁଖ ଭୂମିକାରେ ସିଦ୍ଧାର୍ଥ ମଲହୋତ୍ରା, ପରିଣୀତି ଚୋପ୍ରା, ଜାବେଦ୍ ଜାଫ୍ରି, ସଂଜୟ ମିଶ୍ରା, ଆଦି କଳାକାରଙ୍କୁ ଦେଖିବାକୁ ମିଳିବ । ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ସିଂ । ଅଗଷ୍ଟ ୯ରେ ପରଦାକୁ ଚଳଚ୍ଚିତ୍ର ‘ଜବରିୟା ଯୋଡି’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More